ଶ୍ରୀ ଅରବିନ୍ଦଙ୍କ ପବିତ୍ର ଶ୍ରୀତନୁ ପ୍ରତିଷ୍ଠା ଦିବସ ପାଳିତ |

34

କଟକ (ଉତ୍କଳ ନ୍ୟୁଜ ) ୧୫-୦୪-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲସ୍ଥିତ ଦିବ୍ୟଭୂମି ପରିସରରେ ମାନବ ସମାଜର ଭବିଷ୍ୟତ ଉଦ୍‌ଗାତା ଦିବ୍ୟଦ୍ରଷ୍ଟା ଶ୍ରୀଅରବିନ୍ଦଙ୍କର ୨୮ତମ ପବିତ୍ର ଦେହାଂଶ ପ୍ରତିଷ୍ଠା ଉତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ସକାଳ ୬ଟାରେ ପ୍ରାର୍ଥନା ଗୃହରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ମାତୃପତାକା ମୁଖ୍ୟଅତିଥି ପ୍ରାଧ୍ୟାପକ ଡ. ଅନୀଲ କୁମାର ମହାପାତ୍ରଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିଲା । ବନ୍ଦେ ମାତରମ ଗାନ ସହ ଛାତ୍ରଛାତ୍ରୀମାନେ ମାତୃ ପତାକାକୁ ସମ୍ମାନ ପ୍ରଦର୍ଶନ କରିଥିଲେ । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ନିତ୍ୟାନନ୍ଦ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଦେହାଂଶ ମନ୍ଦିରର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ସମେତ ମାତୃଭକ୍ତ ଶରତ କୁମାର ପାଣିଗ୍ରାହୀ, ନୃସିଂହ ଚରଣ ମହାପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ମାସିକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଦିନ ୧୧ଟା ୪୫ ମିନିଟ୍‌ରୁ ୧୨ଟା ୧୫ ପର୍ଯ୍ୟନ୍ତ ସମବେତ ଧ୍ୟାନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟମଣି ନାୟକ, ହରିହର ସେନାପତି, ନରେନ୍ଦ୍ର କୁମାର ଯତି, ଅରୁଣ କୁମାର ଦାଶ, ବିଷ୍ଣୁ ମୋହନ ନାୟକ, ନିରଞ୍ଜନ ନାୟକ, କୃଷ୍ଣାପ୍ରିୟା ପଣ୍ଡା, ସରୋଜିନୀ ସାହୁ,ରତିକାନ୍ତ ଦାସ, ପାର୍ଥସାରଥି ସାହୁ, ସଞ୍ଜୟ ନାୟକଙ୍କ ସମେତ ସମେତ ବାସନ୍ତୀ, ଟିଲି, ଅଜୟ, ଭାରତି, ମିନତି, ମଞ୍ଜୁଳା, ଦୀପକ, ସଞ୍ଜୀବ ପ୍ରମୁଖ ଅପାଭାଇମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |