ପ୍ରାକ୍ତନ ଶିକ୍ଷକ ଭାଷ୍କର ଚନ୍ଦ୍ର ପରିଡାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା |

416

କଟକ (ଉତ୍କଳ ନ୍ୟୁଜ ) ୧୦-୦୪-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଆରୁହାସ୍ଥିତ ଜେ.ବି ନୋଡାଲ ସ୍କୁଲର ପ୍ରାକ୍ତନ ଆଦର୍ଶ ଶିକ୍ଷକ ଭାଷ୍କର ଚନ୍ଦ୍ର ପରିଡାଙ୍କ ବିୟୋଗରେ ପୂରାତନ ଛାତ୍ରମାନଙ୍କ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁୁଷ୍ଠିତ ହୋଇଯାଇଛି । ପୂରାତନ ଛାତ୍ର ତଥା ଶିକ୍ଷକ ପ୍ରାଣକୃଷ୍ଣ ରାଉଳଙ୍କ ପୌରୋହିତ୍ୟରେ ବୁଧବାର ଅପରାହ୍ନରେ ସ୍କୁଲ ପରିସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ସ୍କୁଲ ଏସଆଇ ସୁରେନ୍ଦ୍ର ନାୟକ, ପ୍ରଧାନ ଶିକ୍ଷକ ପ୍ରକାଶ ଦାସ, ଶିକ୍ଷକ ଲଲାଟେନ୍ଦୁ ମହାପାତ୍ର ଓ ରାଜେନ୍ଦ୍ର ବାରିିକ ପ୍ରମୁଖ ଯୋଗଦେଇ ଭାଷ୍କର ଚନ୍ଦ୍ର ପରିଡା ଜଣେ ଅମାୟିକ ବ୍ୟକ୍ତି ଥିଲେ ଏବଂ ଏହି ସ୍କୁଲରେ ତାଙ୍କର ଦୀର୍ଘ ୩୬ ବର୍ଷ ଶିକ୍ଷା ପ୍ରଦାନ ଏହି ଅଞ୍ଚଳପ୍ରତି ଏକ ବଡ ଅବଦାନ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୟାଧର ନାୟକ, ରଘୁନାଥ ପଣ୍ଡା, ଭାଗିରଥି ନାୟକ, ପ୍ରକାଶ ବଳ, ରାଧାଶ୍ୟାମ ସ୍ୱାଇଁ, ରଘୁନାଥ ମିଶ୍ର, କରୁଣାକର ନାୟକ, ଭାବଗ୍ରାହୀ ମଲ୍ଲିକ, ସୁକାନ୍ତ ନାୟକ, ସୁବାଶ ଦାସ, ନିରଞ୍ଜନ ନାୟକ, ତାପସ ସ୍ୱାଇଁ ଓ ସ୍କୁଲ ପରିଚାଳନା କମିଟିର ସଭାପତି ଚକ୍ରଧର ସ୍ୱାଇଁ ପ୍ରମୁଖ ସ୍ୱର୍ଗତ ଶିକ୍ଷକଙ୍କ ସ୍ମୃତିଚାରଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |