ବଙ୍ଗାଳିଦପାରେ ଶହେରୁ ଉର୍ଦ୍ଧ ଯୁବକ ବିଜେଡିରେ ସାମିଲ ହେଲେ |

88

କଟକ (ଉତ୍କଳ ନ୍ୟୁଜ ) ୧୦-୦୪-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳି ତିହିଡି ବ୍ଲକ ବାରସର ପଞ୍ଚାୟତ ଅଧିନ ବଙ୍ଗାଳିଦପା ଗାଁରେ ଶହେରୁ ଉର୍ଦ୍ଧ ଯୁବକ ବିଜେଡିରେ ସାମିଲ ହୋଇଥିବା ସୂଚନା ମିଳିଛି । ପ୍ରତାପ ଦାସ, ରତ୍ନାକର ମହାକୁଡ, ଶୁକ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଉଭୟ ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ଅବିନାଶ ମହାକୁଡ, ତପନ ଦାସ, ଜୟବାଙ୍ଗଲା ପରିଡା, ଶରତ ପରିଡା, ପପୁ ଦାସ, ଶଙ୍କର୍ଷଣ ଦାସ, ସାଗର ଦାସ, ରାଜା ମହାକୁଡ, ପ୍ରେମା ମହାକୁଡ, ସମିର ଦାସ, ପୁପୁନ ମହାକୁଡ, ଗଜେନ୍ଦ୍ର ଗୋଥ, ସୁମନ ଦାସ, ଅଧର ଦାସ, ରାଜା ଦାସ, ଦିପୁନୁ ମହାକୁଡ ଓ ଲକ୍ଷ୍ମୀକାନ୍ତ ଦାସ ପ୍ରମୁଖ ଶହେରୁ ଉର୍ଦ୍ଧ ଯୁବକ ବିଜେଡିରେ ସାମିଲ ହୋଇଥିବା ଜଣାଯାଇଛି । ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଏବଂ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଯୁବକ ମାନେ ବିଜେଡିରେ ସାମିଲ ହୋଇଛନ୍ତି ଏବଂ ଆଗାମି ନିର୍ବାଚନରେ ବିରୋଧିଙ୍କୁ କଡ୍ଡା ଟକ୍କର ଦେବାକୁ ପ୍ରତିଶୃତି ଦେଇଛନ୍ତି । ଆୟୋଜିତ ଏକ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥିଭାବେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ଯୋଗଦେଇ ସେମାନଙ୍କୁ ପାଛୋଟି ନେବା ସହିତ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ଏବଂ ତୃଣମୂଳ ସ୍ତରରେ ବିଜୁ ଜନତା ଦଳର ସ୍ୱାଭିମାନ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଅମୁଲ୍ୟ ମାଝୀ, ପୂର୍ବତନ ସରପଞ୍ଚ ମାନସ ସାହୁ, ମାନସ ରଞ୍ଜନ ନାୟକ, ବିପିନ୍ ରାଉତ, ପ୍ରତାପ ଦାସ, କୃଷ୍ଣଚନ୍ଦ୍ର ବାରିକ, ଗୋପିନାଥ ବାରିକ, ବଳଭଦ୍ର ମହାକୁଡ, ଅମିୟ ଦାସ, ନିଳମଣି ମାଝୀ ଓ ଦେବେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧିନ ଏହି ତିହିଡି ବ୍ଲକର ୯ ପଞ୍ଚାୟତରେ ଗତ ପଞ୍ଚାୟତ ନିର୍ବାଚନରେ ଭୋଟ ହାର କମ୍ ରହିଥିଲା । ତେବେ ବିଧାୟକ ଶ୍ରୀ ରାୟଙ୍କ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବା ତଥା ମୌଳିକା ସୁବିଧା ସୁଯୋଗ ଯୋଗାଇ ଦେଉଥିବା ନେଇ ଦିନକୁ ଦିନ ଅନ୍ୟଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି ଏବଂ ଆଗକୁ ଦଳ ଭଲ ଭୋଟ ବ୍ୟାଙ୍କ ସୃଷ୍ଟି କରିବା ବୋଲି ଆଶାବାଦୀ ଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |