ସୋରଣ ଗ୍ରାମ ଭଗବତୀ ପଡ଼ିଆ ଠାରେ ଚିଲିକା ବିକାଶ ମହିଳା ମହାସଂଘ ବୈଠକ |

16

କଟକ (ଉତ୍କଳ ନ୍ୟୁଜ ) ୧୦-୦୪-୨୦୨୪ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଭଗବତୀ ପଡ଼ିଆ ଠାରେ ଚିଲିକା ବିକାଶ ମହିଳା ମହାସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ । ଆଜି ଏହି ବୈଠକ ସୁକଦେଵ ନାୟକ,ନମିତା ନାୟକଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା ,ଏଥିରେ ସାମ୍ବାଦିକ ସୁଧୀର କୁମାର ବେହେରା ଏହି ସଭାଟିକୁ ପରିଚାଳନା କରିଥିଲେ ।ଉକ୍ତ ବୈଠକରେ ସ୍ଥାନୀୟ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳାମାନେ ଯୋଗ ଦେଇଥିଲେ। ଚିଲିକା ବିକାଶ ମହିଳା ମହାସଙ୍ଘ ସଭାନେତ୍ରୀ ଥିବା ବିଶାଖା ଘଡ଼ାଇ ମହାସଙ୍ଘରେ ଯୋଗ ନଦେବାରୁ ଆଜି ଚିଲିକା ବିକାଶ ମହିଳା ମହାସଙ୍ଘର ବୋର୍ଡ଼ କମିଟି ମେମ୍ବର ମାନେ କୋଠର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ସଭାନେତ୍ରୀ ଭାବେ କାର୍ଯ୍ୟ ଚଲାଉଥିବା ବିଶାଖା ଘଡ଼ାଇଙ୍କୁ ମହାସଂଘରୁ ବାହାର କରାଯାଇ ନୂତନ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚିଲିକା ବିକାଶ ମହିଳା ମହାସଙ୍ଘ ବାରମ୍ବାର ବୈଠକରେ ଯୋଗ ଦେଉନଥିଲେ ଘଡ଼ାଇ । ସେହିଭଳି ଆଜି ମହାସଙ୍ଘ କୋଠର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇ କୁସୁମ ଘଡାଇଙ୍କୁ ସଭାନେତ୍ରୀ ଭାବେ ସମସ୍ତ ବୋର୍ଡ଼ ମେମ୍ବର ଚୟନ କରିଛନ୍ତି ।ଏହି ମହାସଙ୍ଘ ଆଗାମୀ ଦିନରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସୂଚନା ଦେଇଛନ୍ତି ସଭାନେତ୍ରୀ କୁସୁମ ଘଡ଼ାଇ । ଏହୀ ମହାସଙ୍ଘରେ ମୋଟ ୧୭୦ ସ୍ୱୟଂ ସହାୟକ ଗୋଷ୍ଟି ଏସ୍ ଏଚ ଜି ଗ୍ରୁପ ରହିଛି ବୋଲି ସଭାନେତ୍ରୀ କହିଛନ୍ତି ।ମହାସଙ୍ଘ ପାଇଁ ନୂତନ ଏକ ପ୍ରକାର ଶାଡୀ କରାଯିବ ବୋଲି ଆଲୋଚନା ହୋଇଛି । ଆଗକୁ ଆସୁଥିବା ନିର୍ବାଚନକୁ ଆଖି ଆଗରେ ରଖି ଚିଲିକା ଅଞ୍ଚଳର ବିକାଶ କରିବା ଆଗେଇ ଆସିବେ ମହାସଙ୍ଘ ଚିଲିକା ବିକାଶ ମହିଳା ମହାସଙ୍ଘକୁ ଆଗକୁ ନେବାପାଇଁ ସୁଧୀର କୁମାର ବେହେରା ସମସ୍ତ ବୋର୍ଡ଼ ମେମ୍ବରଙ୍କ ସହ ବିଭିନ୍ନ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ଚିଲିକା ବିକାଶ ମହିଳା ମହାସଙ୍ଘକୁ ରାଜ୍ୟ ସରକାର ସହାୟତା ପାଇଁ ଦାବି ହେଉଛି ଏହି ବୈଠକକୁ ପରିଚାଳନା କରିଥିଲେ ବେହେରା,ଉପସ୍ଥିତ ଥିବା ସୋରଣ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଟିର ସୁନିତା ବେହେରା ଉମା ପାହାଡ଼ାସିଂ ଓ ସମସ୍ତ ସଦସ୍ୟ ଯୋଗଦେଇଥିଲେ । ବ୍ୟୁରୋ ରିପୋର୍ଟ ଉତ୍କଳ ନ୍ୟୁଜ |