ଭଦ୍ରକ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ସଂପାନ, ନୂଆ କବିତା ମାନବୀୟ ଅନ୍ତରାତ୍ମାର ପ୍ରତିଭୂ |

51

କଟକ (ଉତ୍କଳ ନ୍ୟୁଜ ) ୯-୦୪-୨୦୨୪ : ବିଶ୍ୱ ସାହିତ୍ୟରେ ଉତ୍ତର ଆଧୁନିକତା ଏକ ପାଶ୍ଚାତ୍ୟ ଦର୍ଶନ ଭାବେ ପ୍ରବେଶ କରିଛି, ମାତ୍ର ଓଡ଼ିଆ ସାହିତ୍ୟରେ ଏହାର ପ୍ରୟୋଗ ସମ୍ପୂର୍ଣ୍ଣ ଦେଶୀୟ ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ । କାରଣ ପାଶ୍ଚାତ୍ୟ ‘ନେତିବାଦ’ ମାନସିକତା ଭାରତ ଭୂମିକୁ ସମ୍ପୂର୍ଣ୍ଣ ରୂପେ କବଳିତ କରିନାହିଁ । ଆଜି ମଧ୍ୟ ଆମ ଅନ୍ତରାତ୍ମାରେ ‘ଅସ୍ତି’ର ଜିଜ୍ଞାସା ନିହିତ । ଏଣୁ ଏବେର ନୂଆ କବିତା ମାନବର ନିକଟତମ ହୋଇଛି ଓ ମାନବର ଚିନ୍ତାଚେତନାକୁ ଅନ୍ତରଙ୍ଗ ଭାବରେ ପ୍ରକାଶ କରିବାକୁ ବ୍ରତୀ ହୋଇଛି ବୋଲି ଭଦ୍ରକ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଦ୍ୱାରା ଆୟୋଜିତ ସଂପାନରେ ବିଷୟ ବିଶାରଦ ତଥା ମୁଖ୍ୟବକ୍ତା ଭାବେ ଯୋଗଦେଇ ପାଳିଆବିନ୍ଧା ବିଏନ୍‌ଏମ୍‌ଏ କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ବିଶ୍ୱରଞ୍ଜନ ଦାସ ମତବ୍ୟକ୍ତ କରିଛନ୍ତି । ମୁଖ୍ୟ ଅତିଥି ଭାବରେ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ ଯୋଗଦେଇ ସତ୍ କବିତାର ଚିରସବୁଜ ଓ କବିତାର ଆତ୍ମିକ ଓ ଆଙ୍ଗିକ ସୌନ୍ଦର୍ଯ୍ୟ ସର୍ବଦା ପ୍ରଭାବଯୁକ୍ତ ବୋଲି ମତବ୍ୟକ୍ତ କରିଥିଲେ । ବିଭାଗମୁଖ୍ୟ ଅଧ୍ୟାପକ ଡକ୍ଟର ଅଭୟ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଂପାନରେ ଅଧ୍ୟକ୍ଷା ସୁପ୍ରୀତି କର ପାଠଚକ୍ରର ଉଦଘାଟନ କରିଥିଲେ । ଡକ୍ଟର ଅନିତାରାଣୀ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ପ୍ରମିଳା ଜେନା ସ୍ୱାଗତ ଭାଷଣ ଦେଇଥିଲେ । ଅଧ୍ୟାପିକା ପୁଷ୍ପଲତା ଧଳ, ଗୀତାଞ୍ଜଳି ସାହୁ, ସ୍ନିଗ୍ଧା ରାଣୀ ଖୁଣ୍ଟିଆ, ଅନିତା ପର୍ତ୍ତିର୍ି , ନମିତା ନାୟକ , ଅଧ୍ୟାପକ ରାଜେଶ ପାହାରୀ, ଅନିଲ୍ ବେହେରା ପ୍ରମୁଖ ସଂପାନ ପରିଚାଳନା କରିଥିଲେ । ଅଧ୍ୟାପିକା ମଧୁବ୍ରତା ମଲ୍ଲିକ ଶେଷସ୍ପର୍ଶ ପ୍ରଦାନ କରିଥିଲେ । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |