ଚାନ୍ଦବାଲିରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ବ୍ୟୋମକେଶ ରାୟ |

71

କଟକ (ଉତ୍କଳ ନ୍ୟୁଜ ) ୮-୦୪-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ବିଜେଡି ବିଧାୟକ ପ୍ରାର୍ଥି ବ୍ୟୋମକେଶ ରାୟ । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଉପରେ ତୃତୀୟ ଥର ମଧ୍ୟ ଭରଷା କରିଛନ୍ତି ଯାହାକୁ ନେଇ ଶ୍ରୀ ରାୟଙ୍କ ସମେତ ଛାମୁଆ ନେତା ଓ କର୍ମୀମାନେ ବେଶ ଖୁସିଥିବା ଜଣାଯାଇଛି । ବିଗତ ଦିନରେ ଯେତେ ବିଧାୟକ ହୋଇଥିଲେ ସେମାନେ ଚାନ୍ଦବାଲିଆ ନଥିଲେ । ଏବଂ ଦଳ ପକ୍ଷରୁ ଜଣେ ଚାନ୍ଦବାଲିଆକୁ ପ୍ରାର୍ଥି କରିବା ଲାଗି ୨୦୧୪ରେ ଚାନ୍ଦବାଲିଆ ଦାବି ଜୋର ଧରିଥିଲା । ଯାହାକୁ ପାଥେୟ କରି ଦଳିୟ ସୁପ୍ରିମୋ ତାଙ୍କ ପ୍ରଥମ ଥର ଟିକେଟ୍ ଦେଇଥିଲେ । ଉକ୍ତ ନିର୍ବାଚନରେ ଆଖିଦୃଶିଆ ସଫଳତା ହାସଲ କରିବା ସହିତ ବିରୋଧିଙ୍କୁ କଡ୍ଡା ଟକ୍କର ଦେଇ ବିଜୟ ଲାଭ କରିଥିଲେ ଶ୍ରୀ ରାୟ । ପୂନଶ୍ଚ ୨୦୧୯ ମଧ୍ୟ ତାଙ୍କୁ ଦଳୀୟ ସମର୍ଥନ ମିଳିଲା ହେଲେ ସଫଳତାର ହାର ଟିକିଏ କମ୍ ରହିଥିଲା । ଦଳର ସ୍ଥିତିକୁ ସୁଦୃଢ କରିବା ଲାଗି ନିର୍ବାଚନ ମଣ୍ଡଳୀର ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ନିିତ କରିଥିଲେ । ଏବଂ ଦଳ ମଧ୍ୟରେ ଥିବା ବାଦାନୁବାଦକୁ ସଜାଡିବାରେ ସକ୍ଷମ ହୋଇଥିଲେ । ଏବଂ ଏହି ୫ ବର୍ଷ ମଧ୍ୟରେ ଅନ୍ୟ ଦଳର କର୍ମୀମାନେ ଶ୍ରୀ ରାୟଙ୍କ ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ ସାମିଲ ହୋଇଛନ୍ତି । ଏପରିକି ବିରୋଧି ବିଜେପି ଦଳର ବହୁ ତୁଙ୍ଗ ନେତାଙ୍କ ତାଙ୍କ ହାତ ଧରିଛନ୍ତି । ତେବେ ୧୦ ବର୍ଷ ଶାସନକାଳ ମଧ୍ୟରେ ଚାନ୍ଦବାଲି ଅଞ୍ଚଳରେ ପ୍ରାୟ ୪ ହଜାର କୋଟି ଟଙ୍କା ବ୍ୟୟବରାଦରେ ବିକାଶ ମୂଳକ କାର୍ଯ୍ୟ କରିଥିବା କହିଛନ୍ତି । ମନ୍ତେଇ ନଦୀ ବାଂଶଡା ସେତୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ତିନିତର ଠାରୁ ନିର୍ମାଣ ଚାଲୁରହିଛି । ସେହିପରି ମନ୍ତେଇ ନଦୀ ବାଲିଆପାଳ, ଚାରିବାଟିଆ ଏବଂ ସାଳନ୍ଦି ନଦୀ ଧାନଖଣିଆ ଠାରେ ସେତୁ ନିର୍ମଣ ପାଇଁ ଟେଣ୍ଡର ମଧ୍ୟ ସରିଛି । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନବୀକରଣ, ମେଗା ପ୍ରକଳ୍ପ ଜରିଆରେ ୨୪ ଘଣ୍ଟିଆ ବିଶୁଦ୍ଧା ପାନୀୟ ଜଳ ଯୋଗାଣ, ପାର୍କ, ଷ୍ଟାଡିୟମ, ନଦୀବନ୍ଧ ସୁଦୃଢି କରଣ, ଆରଡି ବାବା ଆଖଣ୍ଡଳମଣୀ ମନ୍ଦିରର ପୂନରୁଦ୍ଧାର ସହିତ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ଓ ଛୋଟ ଛୋଟ ପୋଲ ନିର୍ମାଣ ଆଦି ଶ୍ରୀ ରାୟଙ୍କ ବଡ ସଫଳତା । ଯାହାକୁ ମୁଦ୍ଧାକରି ଚଳିତ ନିର୍ବାଚନରେ ସେ ପାର୍ ହେବାକୁ ମନ ବଳେଇଛନ୍ତି । ଅନ୍ୟପଟେ ଛାମୁଆ ନେତା ଓ କର୍ମୀମାନଙ୍କ ମଧ୍ୟ ବେଶ ଉତ୍ସାହ ଉଦ୍ଦୀପନା ଦେଖା ଦେଇଛି । ବିରୋଧିଙ୍କ ହାତକୁ ଯେପରି ଏହି ଆସନଟି ନଯାଏ ସେନେଇ ସେମାନେ ଏବେଠାରୁ ଖସଡା ପ୍ରସ୍ତୁତ କରଲେଣି । ଏବେବି ଦଳୟ ମିଶ୍ରଣ ପର୍ବ ଚାଲୁରହିଛି ଆଗାମି ଦିନରେ ବିରୋଧିଶୂନ୍ୟ କରିବା ଲକ୍ଷ୍ୟନେଇ ଆଗେଇ ଚାଲିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |