ଗାଳ୍ପିକ ଚିନ୍ତାମଣି ସାହୁଙ୍କ ଶ୍ରାଦ୍ଧା ବାର୍ଷିକ ଓ ସାରସ୍ୱତ ସମାରୋହ |

72

କଟକ (ଉତ୍କଳ ନ୍ୟୁଜ ) ୮-୦୪-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ଗ୍ରାମସ୍ଥିତ ସୁଖ ନିବାସ ପରିସରରେ ଗାଳ୍ପିକ ଚିନ୍ତାମଣି ସାହୁଙ୍କ ଶ୍ରାଦ୍ଧା ବାର୍ଷିକ ଓ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ଗାଳ୍ପିକ ମୁକ୍ତିକାନ୍ତ ନାୟକ ଓ ବିଶିଷ୍ଟ ସାମ୍ବାଦିକ ପ୍ରମୋଦ ରାୟଙ୍କୁ ଗାଳ୍ପିକ ଚିନ୍ତାମଣି ସାହୁ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । କବି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଟ୍ୟକାର ବିଜୟ କୁମାର ଦାସ ଯୋଗଦେଇ ଗଳ୍ପକୁ ପ୍ରାଣସ୍ପର୍ଶୀ କରିବାରେ ଗାଳ୍ପିକ ଚିନ୍ତାମଣି ଧୂରୀଣ ଶିଳ୍ପୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । କବି ରଞ୍ଜନ କୁମାର ନାୟକ ଅତିଥି ପରିଚୟ ଓ ସାମ୍ବାଦିକ ପ୍ରଭାତ କୁମାର ରାଉଳ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ କବି ରବି କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ଗୋଲକ ପ୍ରସାଦ ବୈୟାରୀ, ନିର୍ମଳ ଦଳେଇ, ବିପ୍ଳବ ରଞ୍ଜନ ପତି, ପ୍ରଦୀପ ମହାନ୍ତି, ମନୋରଞ୍ଜନ ମୁଦୁଲି, ସୁବାସ ଚନ୍ଦ୍ର ଦାସ, ରୀନାରାଣୀ ପାତ୍ର, ସୁଧାରଞ୍ଜନ ମହାନ୍ତି, ବୈକୁଣ୍ଠନାଥ ଓଝା, ସୁକୁମାର ପଣ୍ଡା, ଅକ୍ଷୟ ପାଣି ପ୍ରମୁଖ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ । ସରପଞ୍ଚ ସୁପ୍ରଭା ପାଣି, ସମାଜସେବୀ ବିଶ୍ୱଜିତ ବେହେରା, ସାମ୍ବାଦିକ ରାମନାରାୟଣ ନାୟକ, ସଞ୍ଜୟ ଦାସ, ଗୌତମ ମିଶ୍ର, ମଦିନା ବିବି ଓ ରଞ୍ଜନ ମିଶ୍ର, ଦୁର୍ଗାପ୍ରସନ୍ନ ନାୟକ, ଧ୍ରୁବ ଚରଣ ପାଣିଗ୍ରାହୀ, ଜଗବନ୍ଧୁ ରାଉଳ, ସରୋଜ ନାୟକ, ପ୍ରକାଶ ଦାସ, ମନୋଜ ଦାସ ଓ ଅସୀମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସ୍ୱର୍ଗତ ସାହୁଙ୍କ ପୁତ୍ର ସାମ୍ବାଦିକ ଆଲୋକ ବିକାଶ ପ୍ରିୟଦର୍ଶୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |