କମାରିଆରେ ମୋତିଆବିନ୍ଦୁ ଚିହ୍ନଟ ଶିବିର |

95

କଟକ (ଉତ୍କଳ ନ୍ୟୁଜ ) ୮-୦୪-୨୦୨୪ : ଓମ୍‌ସାଇ ଚକ୍ଷୁଚିକିତ୍ସାଳୟ, ମାର୍କୋଣା ଓ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦ ଜଣ ରୋଗୀ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର କରାଯିବ ବୋଲି ସୂଚନା ମିଳିଛି । ସେମାନଙ୍କୁ ଆଜି ମାର୍କୋଣାସ୍ଥିତ ଚକ୍ଷୁଚିକିତ୍ସାଳକୁ ନିଆଯାଇଛି । ଆଜି ଅଥବା ଆସନ୍ତାକାଲି ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର କରାଯିବା ପରେ ସେମାନଙ୍କୁ ଘରକୁ ଅଣାଯିବ । ସମସ୍ତ ଖର୍ଚ୍ଚ ଓମ୍‌ସାଇ ଚକ୍ଷୁଚିକିତ୍ସାଳୟ ବହନ କରିବ ବୋଲି ଜଣାଯାଇଛି । ଆର୍ଥିକ ଅନାଟନରେ ଗାଁ ଗଣ୍ଡାରେ ଗରିିବ ଗୁରୁବାମାନେ ଏପରି ଚିକିତ୍ସା ଲାଗି ସକ୍ଷମ ହୋଇ ପାରୁନଥିବା ବେଳେ ଓମ୍‌ସାଇ ଚକ୍ଷୁଚିକିତ୍ସାଳୟ ସେମାନଙ୍କ ପାଇଁ ଏପରି ସୁବିଧା ସୃଷ୍ଟି କରିଛି । ମୁଖ୍ୟ ଅତିଥିଭାବେ ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥିଭାବେ ସମାଜସେବୀ ତଥା ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ କମଳାକାନ୍ତ ଲେଙ୍କାଙ୍କ ସମେତ ୱାର୍ଡ ସଭ୍ୟ ମନୋରମା ସେଠୀ, ସରସ୍ୱତୀ ନାୟକ, ଲକ୍ଷ୍ମୀପ୍ରିୟା ମହାଳିକ, ରଞ୍ଜନ ବାରିକ, ଭରତ କାଣ୍ଡି, ସଞ୍ଜୟ ମଲ୍ଲିକ, ଦିବାକର ମହାଳିକ, ସେକ ସଦାମ ଓ ଅବଦୁଲ ଆଜାଦ କାଲାମ ପ୍ରମୁଖ ଉପସ୍ଥିତ ଥିଲେ । ସ୍କିନିଂ ଅପଟୋମେଷ୍ଟିକ୍ ମନୋଜ ମହାନ୍ତି, କ୍ୟାମ୍ପ ଇନ୍‌ଚାର୍ଯ୍ୟ ଶ୍ରୀଧର ସ୍ୱାଇଁ, ସୂଚିସ୍ମିତା ମହାକୁଡ ପ୍ରମୁଖ ରୋଗୀ ସେବା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ବିପିନ ଦାସ, ସଞ୍ଜୟ ମହାନ୍ତି, ପ୍ରଶାନ୍ତ ବାରିକ, ସଞ୍ଜୟ ମହାଳିକ, ନାରାୟଣ ନାୟକ ଓ ଦେବାଶିଶ ମହାଳିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସରପଞ୍ଚ ଶ୍ରୀମତୀ ଲେଙ୍କା ଉଦ୍ୟମରେ ଏପରି ସେବା ମିଳିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଂଶସିତ ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |