ମୋ କଟକ ସୁରକ୍ଷା ମଞ୍ଚ ବନ୍ଧୁମିଳନ-୨୦୨୪ ଅନୁଷ୍ଠିତ।

273

କଟକ (ଉତ୍କଳ ନ୍ୟୁଜ ) ୫ -୦୪-୨୦୨୪ : ଐତିହ୍ୟ କଟକ ସହରରେ ଭାଇଚାରା ପରମ୍ପରା ବଜାୟ ରଖିବା ସହ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ନିମନ୍ତେ ମୋ କଟକ ସୁରକ୍ଷା ମଞ୍ଚ ସଦାସର୍ବଦା କାର୍ଯ୍ୟ କରି ଆସୁଛି ।ଆଜି କଟକ ମଧୁପାଟଣା ସ୍ଥିତ ପ୍ରମିଳାମଣ୍ଡପରେ ମଞ୍ଚ ସମ୍ପାଦକ ଜିତେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦଳୀୟ ନେତୃବୃନ୍ଦ, ବୁଦ୍ଧିଜୀବୀ, ସାମାଜିକ ସଂଗଠନ,ପ୍ରଶାସନିକ ଅଧିକାରୀ,ସୂଚନାଅଧିକାର କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତରୀୟ,ପୁଷ୍ପଗୁଚ୍ଛ ଦେଇ ସମ୍ଭର୍ଦ୍ଧନା କରାଯାଇଥିଲା।କାର୍ଯ୍ୟକ୍ରମରେ ଅତିଥି ରୂପେ ବିଜେପି ନେତା ନୟନ କିଶୋର ମହାନ୍ତି କଟକ ବାଇଶି ଦିଗଭାଗ କାର୍ଯ୍ୟକାରୀ ସର୍ବାଧିକାରୀ ଶ୍ରୀଯୁକ୍ତ ସୁବାସ ସାହୁ,ବିଶିଷ୍ଟ ସମାଜସେବୀ ତଥା ମଞ୍ଚ ଉପଦେଷ୍ଟା ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି,କ୍ଷୀରୋଦ କୁମାର ସାହୁ,ଦେବକୁମାର ନାଥ, ବ୍ରଜ ନନ୍ଦ,ପ୍ରଫେସର କଲିମୁଲ୍କା,ଡଃ ଅଜଦକୁମାର ମିଶ୍ର,ନାରୀନେତ୍ରୀ ନମିତା ମଞ୍ଜରୀ ସାହୁ,ବିଶ୍ଵଜିତ ସୂର୍ଯ୍ୟବଂଶୀ,ଗଣେଶ ରାଉତ,ସୁବ୍ରତ କୁମାର ସାମନ୍ତରାୟ,ଗୌତମ ପରିଡା,ରଶ୍ମିତା ସାହୁ,ରବିନ୍ଦ୍ର ବେହେରା, ବିଜେପି ନେତା ପବିତ୍ର ଉପାଧ୍ୟାୟ, ବିଭୂତି ଭୂଷଣ ସାହୁ,ନୀଳମାଧବ ଖୁଣ୍ଟିଆ,କର୍ପୋରେଟର ଜେ.କାମେଶ୍ଵର ରାଓ,ଜନାର୍ଦ୍ଦନ ପରିଡା,ସୁବାଶିଷ ପଟ୍ଟନାୟକ,ମୀନା ସାହୁ,ଦିପକ ଦାସ,କୁନିପ୍ରତିଭା ଜ୍ୟୋତିକ୍ଷା ସାହୁଓ କଟକ ସହରର ଅନେକ ସାମାଜିକ ସଂଗଠନ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସହରବାସୀଙ୍କ ମୌଳିକ ଅଧିକାର ଦିଗରେ ଦୀର୍ଘବର୍ଷ ଧରି ମୋ କଟକ ସୁରକ୍ଷା ମଞ୍ଚ ଅହରହ ସଂଗ୍ରାମ ଜାରି ରଖିଛି। ରାସ୍ତାଘାଟ ହେଉ ବା ପାନୀୟ ଜଳ ଓ ପରିମଳ ତଥା ସାଧାରଣ ଲୋକଙ୍କ ଜୀବନ ଜୀବିକା ଆଦି ପ୍ରତିଟି କ୍ଷେତ୍ର ଏବଂ ସରକାରୀ ସ୍ତରରେ ହେଉଥିବା ଅନିୟମିତତା ଓ ଦୁର୍ନୀତିକୁ ଅତି ନିର୍ଭୀକ ଭାବେ ସୂଚନା ଅଧିକାର ଆଇନ ମାଧ୍ୟମରେ ପଦାରେ ପକାଇଛି ଏହି ଅନୁଷ୍ଠାନ। ଏଭଳି କିଛି ବକ୍ତବ୍ୟ ରଖିଥିଲେ ମୋ କଟକ ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ ପ୍ରମିଳା ମଣ୍ଡପରେ ହୋଇଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ସୂଚନା ଅଧିକାର ଆଇନ ଏକ ଅମୋଘ ଅସ୍ତ୍ର ଏବଂ ଯେଉଁଭଳି ଭାବେ ମଞ୍ଚ ସମ୍ପାଦକ ଜିତେନ୍ଦ୍ର ସାହୁ ଏହାକୁ ପ୍ରୟୋଗ କରି ପ୍ରଶାସନିକ ଏବଂ ଅନ୍ୟାନ୍ୟ ସ୍ଥାନରେ ହେଉଥିବା ଦୁର୍ନୀତିକୁ ଲୋକ ଲୋଚନକୁ ଆଣିଛନ୍ତି ତାହା ପ୍ରଶଂସନୀୟ। ସରକାର ସାଧାରଣ ଲୋକଙ୍କ ସ୍ୱାର୍ଥସୁରକ୍ଷା ପାଇଁ ଅନେକ କିଛି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଲୋଭଖୋର ଅଧିକାରୀ ଏହାର ଅପବ୍ୟବହାର କରୁଛନ୍ତି। ଯେଉଁଥିପାଇଁ ସରକାରଙ୍କୁ ନିନ୍ଦିତ ହେବାକୁ ପଡୁଛି। ଆଉ ଏଭଳି ଦୁର୍ନୀତିକୁ ପଦରେ ପକାଇ ଲୋକଙ୍କୁ ନିଜ ଅଧିକାର ଦେବାରେ ମଞ୍ଚ ସବୁ ସମୟରେ ନିଜର ପ୍ରୟାସ ଜାରି ରଖିଛି। ଯେଉଁଥିପାଇଁ କଟକ ସହରରେ ଆଜି ସରକାରଙ୍କ ଯୋଜନା ଯଥେଷ୍ଟ ଫଳପ୍ରଦ ହୋଇଛି ଓ ଦୁର୍ନୀତି ଖୋର ଅଧିକାରୀଙ୍କ ଭିତରେ ମଧ୍ୟ ଛନକା ପଶିଥିବା ସହ ମଞ୍ଚର କାର୍ଯ୍ୟକୁ ପ୍ରଶଂସା କରିଥିଲେ।ସମସ୍ତ ସହଯୋଗ ରହିଲେ ଆହୁରି ଅନେକ କାର୍ଯ୍ୟ କରିପାରିବ ଏକଥା ମଞ୍ଚ ଉପଦେଷ୍ଟା କ୍ଷୀରୋଦ କୁମାର ସାହୁ ପ୍ରକାଶ କରିଥିଲେ।ସଭାକାର୍ଯ୍ୟ ଶେଷରେ ଅକ୍ଷୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |