ପୀରହାଟରେ ବିଜେଡିର ମିଶ୍ରଣ ପର୍ବ |

27

କଟକ (ଉତ୍କଳ ନ୍ୟୁଜ ) ୪-୦୪-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଲଗାତରଭାବେ ମିଶ୍ରଣ ପର୍ବ ଚାଲୁୁରହିଛି । ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ପ୍ରତି ଆକର୍ଷିତ ହୋଇ ଉଭୟ କଂଗ୍ରେସ ଓ ବିଜେପି ଦଳ ତ୍ୟାଗକରି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେଉଛନ୍ତି । ସାଧାରଣ ଲୋକେ ମୌଳିକ ସୁବିଧା ସୁଯୋଗ ପାଇବା ସହିତ ଏକ ଆଦର୍ଶ ସରକାର ଗଠନ କରିବା ଲକ୍ଷ୍ୟରେ ଏପରି ବିଜେଡିରେ ସାମିଲ ହେଉଛନ୍ତି ଏବଂ ଆଗାମି ନିିର୍ବାଚନରେ ଭୋଟ ମାଧ୍ୟମରେ ବିରୋଧିଙ୍କୁ କଡ୍ଡା ଜବାବ ଦିଆଯିବ ବୋଲି ତୃତୀୟ ଥର ବିଜେଡି ଟିକେଟ୍ ପାଇ ରାଜନୀତି ରଣାଙ୍ଗନରେ ଝାସ ଦେଇଥିବା ବିଧାୟକ ଡ.ବ୍ୟୋମକେଶ ରାୟ ତିହିଡି ବ୍ଲକ ପୀରହାଟସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଉଦ୍‌ବୋଧନ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ୧୫ରୁ ଉର୍ଦ୍ଧ କର୍ମୀ ଅନ୍ୟଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । ବିଷ୍ଣୁମୋହନ ମଲିକ, ନରେନ୍ଦ୍ର ମଲିକ, ଧୁମାଳି ମଲିକ, ପ୍ରକାଶ ମଲିକ, ଘନଶ୍ୟାମ ମଲିକ, ଗୋବିନ୍ଦ ମଲିକ, ଇନ୍ଦ୍ରମଣି ମଲିକ, ପ୍ରହ୍ଲାଦ ମଲିକ, କପିଳେନ୍ଦ୍ର ମଲିକ, କିଶୋର ମାଝୀ, ଆନନ୍ଦ ନାୟଜ ପ୍ରମୁଖଙ୍କୁ ବିଧାୟକ ଡ. ରାୟ ଦଳୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଅମୂଲ୍ୟ କୁମାର ମାଝୀ, ବିଧାୟକଙ୍କ ପ୍ରତିନିଧି ମାନସ ରଞ୍ଜନ ସାହୁ, ୯ ପଞ୍ଚାୟତର ସଭାପତି ମାନସ କୁମାର ନାୟକ, ସରପଞ୍ଚ ପ୍ରଭାତ କୁମାର ମିଶ୍ର ଓ ପ୍ରଶାନ୍ତ ବିଶ୍ୱାଳ, ପୂର୍ବତନ ସରପଞ୍ଚ ବଳଭଦ୍ର ମାଠ ଓ ଅମର ଦାସ, ଅଶୋକ କୁମାର ବଳ, ବିପିନ ରାଉତ, ନୃସିଂହ ମହାକୁଡ଼, ଗୋପବନ୍ଧୁ ସେନାପତି, ଆନନ୍ଦ ପାଣିଗ୍ରାହୀ, ଅଜୟ ରାଉତ, ହିମାଦ୍ରୀ ମିଶ୍ର, କୃଷ୍ଣଚନ୍ଦ୍ର ମହାନ୍ତି, ଜଗବନ୍ଧୁ ଧନି, ଦାମୋଦର ଧଳ, ସୁବ୍ରତ ମହାନ୍ତି ଓ ସୁବୋଧ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |