ଆରୁହାରେ ପଞ୍ଚଦୋଳ ଉଦ୍‌ଯାପିତ, ଯୁବତୀଙ୍କ ହରିନାମ ସଂକିର୍ତ୍ତନରେ ବିମୋହିତ ଦର୍ଶକ |

23

କଟକ (ଉତ୍କଳ ନ୍ୟୁଜ ) ୩୦-୦୩-୨୦୨୪ : ଦୋଳମେଳନ ପରେ ଅନୁଷ୍ଠିତ ହୋଇଯାଇଛି ପଞ୍ଚଦୋଳ । ପରମ୍ପରା ମତେ ଏକାଦଶୀ ତିଥିରେ ରାଧାକୃଷ୍ଣ ବିଗ୍ରହ ନିଜ ବିଜେସ୍ଥଳିରୁୁ ବାହାରି ବିମାନରେ ଅବସ୍ଥାନ କରିଥିଲେ । ବିଭିନ୍ନ ଗାଁ ପରିକ୍ରମା କରିବା ପରେ ଦ୍ୱାଦଶୀ ତିଥିରେ ମେଳନ ଆରମ୍ଭ ହୋଇଥିଲା । ବିମାନଧାରୀରଙ୍କ ସହ ଠାକୁରବାଡିଆ ଗାଁ ଗଣ୍ଡା ବୁଲିବା ସହ ଠାକୁରଙ୍କ ଚାଚିରୀ ଖାଇବା ଆମ ସଂସ୍କୃତି ଓ ଗ୍ରାମୀଣ ପରମ୍ପରାର ଏକ ନିଆରା ସମ୍ପର୍କ ସୃଷ୍ଟି କରିଥାଏ । ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇ ସମସ୍ତ ମେଳନ ସମାହିତ ହୋଇଥିବା ବେଳେ ପଞ୍ଚଦୋଳ ସମାହିତ ହୋଇଯାଇଛି । ଏହା ଉତ୍କଳୀୟ ସଂସ୍କୃତିର ଏକ ନିଆରା ପରମ୍ପରା । ଦ୍ୱାଦଶୀରୁ ରାଧାକୃଷ୍ଣ ମନ୍ଦିରରୁ ବାହାରି ଗାଁ ଗଣ୍ଡା ପରିକ୍ରମା କରିଥିଲେ । ଏବଂ ବିଭିନ୍ନ ସ୍ଥାନରେ ଦୋଳମେଳନରେ ଯୋଗଦେଇ ତୃତୀୟାରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେଠାରେ ପରମ୍ପରାମତେ ମେଣ୍ଢାଘର ପୋଡା ଯାଇଥିଲା । ପଞ୍ଚଦୋଳ ସହିତ ନୂଆ ପାଞ୍ଜି ପଢା ଯାଇଥିଲା । ପରଦିନ ଚଣ୍ଡିପାଠ ସହିତ ଅଷ୍ଟମ ପ୍ରହରୀ ଲାଗି ଅଧିବାସ କରାଯାଇଥିଲା । ଶେଷରେ ରାତିସାରା ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଆରୁହାସ୍ଥିତ ଶ୍ରୀଶ୍ରୀ ଗୋପାଳଜୀୟୁଙ୍କ ମନ୍ଦିରରେ ମହାସମାରୋହରେ ପାଳିତ ହୋଇ ଯାଇଛି ଏହି ପଞ୍ଚଦୋଳ । ଏହି ଅବସରରେ ବିଭିନ୍ନ ସଂକିର୍ତ୍ତନିଆ ଦଳ ସାମିଲ ହୋଇଥିଲେ । ଏଥିରେ ଯୁବତୀ କିର୍ତ୍ତ ମଣ୍ଡଳୀର ନାମଯଜ୍ଞ ଦର୍ଶକଙ୍କୁ ବିମୋହିତ କରିଛି । ହରିନାମର ସ୍ରଷ୍ଟା ଶ୍ରୀ ତୈତନ୍ୟଙ୍କ ଭକ୍ତିଭାବକୁ ଜଗତବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ସେମାନେ ଉଦ୍ୟମ ଜାରି ରଖିଛନ୍ତି । ଜନସମାଜର ମଙ୍ଗଳ ପାଇଁ ସମସ୍ତେ ହରିନାମ ଜପକଲେ ପାପ ସଂସାରରୁ ଉଦ୍ଧାର ମିଳିପାରିବ ଏବଂ ସେନେଇ ଘରେ ଘରେ ହରିନାମ କରିବା ଲାଗି ପ୍ରବର୍ତ୍ତାଇଥିଲେ । ଗୋପାଳ ଜୀୟୁଙ୍କ ପୂଜକ ରତ୍ନାକର ହୋତା ପୂଜାକାର୍ଯ୍ୟ କରିଥିବା ବେଳେ ଅଷ୍ଟମ ପ୍ରହରରେ ଗୋସେଇଁ ଶୁକୁଟା ପଣ୍ଡା ଓ କର୍ତ୍ତାଭାବେ ଶ୍ରୀଧର ନାୟକ ଦାୟିତ୍ନ ସମ୍ପାଦନ କରିଥିଲେ । କରୁଣାକର ନାୟକ, ପ୍ରକାଶ ନାୟକ, ଅଶ୍ୱନୀ ମଲ୍ଲିକ, ସୁରେନ୍ଦ୍ର ବାରିକ, ଚକ୍ରଧର ନାୟକ, ଗୟାଧର ନାୟକ, ଭାଗିରଥି ମଲ୍ଲିକ, କମଳାକାନ୍ତ ସାମଲ, ନିମେଇଁ ମଲ୍ଲିକ, ଭାଗିରଥି ବାରିକ, ଗୌରାଙ୍ଗ ବାରିକ, ରମାକାନ୍ତ ନାୟକ ଓ ସୁକାନ୍ତ ନାୟକଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନା କରିଥିଲେ । ଶେଷରେ ଗାମ ପରିକ୍ରମା କରାଯାଇ ନଗର କିର୍ତ୍ତନ କରାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |