ତିହିଡ଼ି ଡିଗ୍ରୀ କଲେଜରେ ଏଡସ ସଚେତନତା କାର୍ଯ୍ୟକ୍ରମ |

20

କଟକ (ଉତ୍କଳ ନ୍ୟୁଜ ) ୩୦-୦୩-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ି ଡିଗ୍ରୀ ମହାବିଦ୍ୟାଳୟରେ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବେନ୍ଦ୍ର ପ୍ରସାଦ ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ବିପ୍ଳବ ରଂଜନ ପତି ମୁଖ୍ୟବକ୍ତା, ଅଧ୍ୟାପକ ଡ. ବଂଶୀଧର ବେହେରା ଏବଂ ଅଧ୍ୟାପକ ରମେଶ ଚନ୍ଦ୍ର ପ୍ରତାପ ଅତିଥି ଭାବେ ଯୋଗଦେଇ ଏଡସର କାରଣ ଓ ନିରାକରଣ ସମ୍ପର୍କରେ ବକ୍ତବ୍ୟ ଦେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ । ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବର କାଉନସେଲର ଅଧ୍ୟାପକ ଅଶୋକ କୁମାର ଗୋଚ୍ଛାୟତ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ବକ୍ତବ୍ୟ ପ୍ରଦାନ କରିଥିଲେ । ଦେବେନ୍ଦ୍ର ଉଦ୍‌ଗାତା, କମଳାକାନ୍ତ ଓଝା, ରବିନାରାୟଣ କରଣ, ଲକ୍ଷ୍ମୀକାନ୍ତ ବ୍ରହ୍ମ, ସୂର୍ଯ୍ୟକୁମାର ବାରିକ, ସ୍ୱପ୍ନାବାସବଦତ୍ତା ସୂତାର, ସଂଘମିତ୍ରା ବେହେରା, ଚନ୍ଦ୍ରକାନ୍ତ ବନ୍ଧ, ସୁନିତା ତ୍ରିପାଠୀ, ସୁଜାତା ବେହେରା, ତନୁଜା ପଣ୍ଡା, ପ୍ରଣତି ପଣ୍ଡା, ଗୋଲକ ଜେନା, ସୁମନ୍ତ ମହାନ୍ତି ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷାକର୍ମଚାରୀମାନେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ ଏଡସ୍ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରି ସେମାନଙ୍କର ସନ୍ଦେହ ଦୂର କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |