ବରଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର |

80

କଟକ (ଉତ୍କଳ ନ୍ୟୁଜ ) ୨୫-୦୩-୨୦୨୪ : ବରଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତକ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଗୋପିନାଥପୁର ପଞ୍ଚାୟତ ଅଧିନ କେଶରପୁର ଗାଁର ପିତବାସ ଦାସ(୬୫) ବୋଲି ଜଣାଯାଇଛି । ବିଗତ ପ୍ରାୟ ୪୦ ବର୍ଷ ହେଲା ପିତବାସ ନିଜ ଗାଁରେ ରହୁନଥିଲେ । ଗାଁ ଛାଡି କୁଆଡେ ଯାଇଥିଲେ ତାହାର ମଧ୍ୟ କୌଣସି ଖବର ମଧ୍ୟ ନଥିଲା । ଗତକାଲି ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରୁଥିବାର ଲୋକେ ଦେଖିବାକୁ ପାଇଥିଲେ । ସୋମବାର ସକାଳେ ତିହିଡି ବ୍ଲକ ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧିନ ନଚ୍ଛିବିନ୍ଧା ଗାଁ ମୁଣ୍ଡ ଶୁକ୍ଳଆଡି ନିକଟସ୍ଥ ଏକ ବରଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଲୋକେ ଦେଖିବାକୁ ପାଇଥିଲେ । ଶବ ନିକଟରେ ଏକ ବ୍ୟାଗ ସମେତ ହଳେ ଚପଲ ଓ କିଛି ଖାଇବା ଜିନିଷ ପଡିଥିବା ଦେଖିବାକୁ ମିଳିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ଝୁଲନ୍ତା ଶବକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ଲାଗି ଭଦ୍ରକ ପଠାଇଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । କେଉଁ କାରଣରୁ ପିତବାସ ଆତ୍ମହତ୍ୟା କଲେ ଘଟଣାକୁ ନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |