ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ ଓ ବ୍ଲାକମେଲ କରି ବନ୍ଧା ହେଲେ ୨ ଯୁବକ |

90

କଟକ (ଉତ୍କଳ ନ୍ୟୁଜ ) ୨୫-୦୩-୨୦୨୪ : ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ ଓ ବ୍ଲାକମେଲ କରି ବନ୍ଧା ହେଲେ ୨ ଯୁବକ । ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ଦକ୍ଷିଣ ଦୌଲତପୁର ଗାଁରେ ଘଟିଛି ଏଭଳି ଅଘଟଣ । ମଙ୍ଗଳବାର ସଂଧ୍ୟାରେ ଗାଁ ମୁଣ୍ଡରେ ଛିଡା ହୋଇଥିବା ଜନୈକା ଯୁବତୀଙ୍କୁ ଏକ ବାଇକ୍ ଯୋଗେ ଆସି ୨ ଜଣ ଯୁବକ ପ୍ରଥମେ ଅସଦାଚରଣ କରିଥିଲେ । ପରେ ଆଉ ଦୁଇଜଣ ସାମିଲ ହୋଇଥିଲେ । ଫଟୋ ଓ ଭିଡିଓ ଉତ୍ତୋଳ କରି ଗାଳି ଗୁଲଜ କରିବା ସହିତ ମାରଧର କରି ଫେରି ଯାଇଥିଲେ । ରାତିରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ସଂପୃକ୍ତା ଯୁବତୀଙ୍କ ମୋବାଇଲକୁ ଅଶ୍ଳିଳ ମେସେଜ୍ ପଠେଇବା ସହିତ ଟଙ୍କା ପାଇବା ଆଳରେ ବ୍ଲାକମେଲ କରିଥିଲେ । ଯାହାକୁ ନେଇ ଯୁବତୀ ଜଣକ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଘଟଣାକୁ ନେଇ ପୋଲିସ ଚାନ୍ଦବାଲି ଥାନାଧିନ ହେଙ୍ଗୁପତି ଗାଁର ମାନସ ମହାଳିକ, ଖଟୁଆସାହି ଗାଁର ଧାଧିଆ ଦାସ ଓ ଭଗିଆ ଦାସ ଏବଂ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନାଧିନ ଜାମଗୁଣ୍ଡା ଗାଁର ଅମିୟ ରଞ୍ଜନ ଦାସଙ୍କ ବିରୋଧରେ ଏକ ମାମଲା ୭୧/୨୪, ଦଫା ୩୪୧, ୩୨୩, ୩୫୪, ୩୫୪(ଏ, ବି, ସି), ୫୦୯, ୨୯୪, ୫୦୬ ଓ ୩୪ ଆଇପିସି ରୁଜୁ କରି ତଦନ୍ତ ଚଳାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ମାନସ ମହାଳିକ ଓ ଧାଧିଆ ଦାସଙ୍କୁ ପୋଲିସ ଗିରଫ୍ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର୍ ଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |