ଜମିବାଡ଼ି ବିବାଦକୁ ନେଇ ଭାଇ କୁ ଆକ୍ରମଣ କଲା ଭାଇ |

30

କଟକ (ଉତ୍କଳ ନ୍ୟୁଜ) ୨୫-୦୩-୨୦୨୪: ଜମିବାଡ଼ି ବିବାଦକୁ ନେଇ ଭାଇ କୁ ଆକ୍ରମଣ କଲା ଭାଇ | ଏ ନେଇ ଥାନାରେ ଉଭୟପକ୍ଷରୁ ଲିଖିତ ଅଭିଯୋଗ l ଘଟଣା ମୁତାବକ ସାଲେପୁର ବ୍ଲକ ନାଦୋଳ ପଞ୍ଚାୟତର ସେକ ରାଜୀବ ପୈତୃକ ଜାଗା ଉପରେ ଘରତିଆରି କରୁଥିଲେ ହଠାତ ତାଙ୍କ ଭାଇ ସେକ ଓକିଲ ,ସେକ ହକିମ, ସେକ କୋଉମ ଓ ଭାଉଜ ଲୁହା ରଡ଼ ରେ ବାଡେଇ ସେକ ରାଜୀବ ଙ୍କ ମୁଣ୍ଡ ଫଟାଇବା ସହ ତାଙ୍କ ଭାଉଜ ଓ ମା ଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ, ଯାହା ଫଳରେ ରାଜୀବ ଏବେ ମେଡିକାଲ ରେ ଚିକିତ୍ସିତ ଅବସ୍ଥା ରେ । ରାଜୀବ ଙ୍କ ମା ଙ୍କ ଅଭିଯୋଗ ଅନୁଯାୟୀ , ଜମି ବାଡ଼ି ବିବାଦ କୁ ନେଇ ଏ ଝଗଡା ହୋଇଛି ଗ୍ରାମ ର ଯିଏବି ରାଜୀବ ଙ୍କୁ ସାହାଯ୍ୟ କରି ମେଡିକାଲ ନେଇଛନ୍ତି ବଡ ଭାଇ ମିଛରେ ସମସ୍ତଙ୍କ ନାଁ ରେ ଲିଖିତ ଅଭିଯୋଗ କରିଛନ୍ତି ।ଉଭୟ ପକ୍ଷରୁ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଛିl ତେବେ ୪ ଦିନ ବିତି ଯାଇଥିଲେ ମଧ୍ୟ ସାଲେପୁର ପୋଲିସ କାହାକୁ ଆରେଷ୍ଟ କରିନଥିବା ସମ୍ପ୍ରତି ରେ ଚର୍ଚ୍ଚା ହେଉଛି | ସାଲେପୁର ରୁ ହରପ୍ରିୟା କର ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |