ମେଣ୍ଟ ଚର୍ଚ୍ଚା ରେ ପୂର୍ଣ୍ଣଛେଦ | ଉଭୟ ବିଜେଡି, ବିଜେପି ଏକାକୀ ଲଢ଼ିବେ |

40

ମେଣ୍ଟ ଚର୍ଚ୍ଚା ରେ ପୂର୍ଣ୍ଣଛେଦ | ଉଭୟ ବିଜେଡି, ବିଜେପି ଏକାକୀ ଲଢ଼ିବେ | କଟକ (ଉତ୍କଳ ନ୍ୟୁଜ ) ୨୩-୦୩-୨୦୨୪ : ମେଣ୍ଟ ଚର୍ଚ୍ଚା ରେ ପୂର୍ଣ୍ଣଛେଦ | ଉଭୟ ବିଜେଡି, ବିଜେପି ଏକାକୀ ଲଢ଼ିବେ | ମେଣ୍ଟ ସରକାର ଗଠନ ର ସବୁ କଳ୍ପନାଜଳ୍ପନା ରେ ଲାଗିଲା ବିରାମ | ସବୁ ଆସନରେ ଏକାକୀ ଲଢିବ ବିଜେଡ଼ି। ସୂଚନା ଦେଲେ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ | ଶାସକ ବିଜେଡି ଓ ରାଜ୍ୟ ର ମୁଖ୍ୟ ବିରୋଧୀ ବିଜେପି ଦଳ ମଧ୍ୟ ରେ ମେଣ୍ଟ ହେବା ନେଇ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଥିବା ଆଲୋଚନା ରେ ବିରାମ ଲଗାଇଛନ୍ତି ବିଜେଡି ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ | ଉଭୟ ନେତା ନିଜ ନିଜ ର ସାମାଜିକ ଗଣମାଧ୍ୟମ ଏକ୍ସ ଆକାଉଣ୍ଟ ରେ ଏ ସମ୍ବନ୍ଧ ରେ ଉଲ୍ଲେଖ କରିଛନ୍ତି | ବିଜୁ ଜନତା ଦଳ ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଆଗାମୀ ନିର୍ବାଚନୀ ରେ ସବୁ ଆସନରେ ଏକାକୀ ଲଢିବ ବିଜେଡ଼ି। ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢିବ ବିଜେଡ଼ି। ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ବିପୁଳ ଭୋଟ ରେ ବିଜୟ ଲାଭ କରିବ ବିଜେଡି ଦଳ | ଅନେଇ ସାମାଜିକ ଗଣମାଧ୍ୟମ ଏକ୍ସ ରେ ଉପରୋକ୍ତ ବିଷୟ ରେ ପୋଷ୍ଟ ଜରିଆ ରେ ଦଳ ଆଗାମୀ ନିର୍ବାଚନୀ ରେ ଏକାକୀ ଲଢ଼ିବ ଓ ବିଜୟ ଲାଭ କରିବ ବୋଲି କହିଛନ୍ତି | ଅନ୍ୟପକ୍ଷେ , ବିଜେପି ର ରାଜ୍ୟ ସଭାପତି ମନମୋହନ ସାମଲ ଏକ୍ସ ରେ ପୋଷ୍ଟ କରିଛନ୍ତି କି ବିଜେପି ଦଳ ରେ ରାଜ୍ୟ ରେ ହେବାକୁ ଥିବା ନିର୍ବାଚନୀ ରେ ସମସ୍ତ ୧୪୭ ବିଧାନସଭା ଆସନ ଓ ୨୧ ଟି ଲୋକସଭା ସିଟ ରେ ଏକାକୀ ଲଢ଼ିବ ବୋଲି ଉଲ୍ଲେଖ କରିଛନ୍ତି | ତେବେ କିଛିଦିନ ହେବ ମେଣ୍ଟ ସରକାର ଗଠନ ବିଷୟ କୁ ନେଇ ବାରମ୍ବାର ମତ ବଦଳାଉଥିବା ମନମୋହନ ଶେଷ ରେ ଦଳ ସମସ୍ତ ବିଧାନସଭା ଓ ଲୋକସଭା ଆସନ ରେ ଏକାକୀ ଲଢ଼ିବ ବୋଲି ନିଜର ମତ ସ୍ପଷ୍ଟ କରିଥିଲେ | ଅନ୍ୟପକ୍ଷେ ରେ ମନମୋହନ ସାମଲ ରାଜ୍ୟ ରେ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି | ତେବେ ଶେଷ ରେ ସବୁ କଳ୍ପନାଜଳ୍ପନା ର ଅନ୍ତ ଘଟିଛି , ଉଭୟ ଦଳ ମେଣ୍ଟ ସରକାର ଗଠନ ଆଲୋଚନା ର ର ବିରାମ ଲଗାଇ ନିଜ ନିଜ ର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି |