ସୂଚନା ଓ ଲୋକସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ ନିର୍ଦେଶକ ଙ୍କ କଟକ ଗସ୍ତ |

27

କଟକ (ଉତ୍କଳ ନ୍ୟୁଜ ) ୨୩- ୦୩-୨୦୨୪ : ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ ନିର୍ଦେଶକ ହେମନ୍ତ କୁମାର ନାୟକ ଜିଲ୍ଲା ର ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ଏହା ଅଧୀନ ରେ ଥିବା ସମସ୍ତ ସୂଚନା କେନ୍ଦ୍ର ତଥା ପାଠାଗାର ସମ୍ବନ୍ଧ ରେ ନିରକ୍ଷଣ କରିଛନ୍ତି | ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୁୟାଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରେ ନାୟକ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ | ଉପ ନିର୍ଦେଶକ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟାଳୟ ର ସମସ୍ତ କାର୍ଯ୍ୟପ୍ରକ୍ରିୟା ବିଷୟ ରେ ପଚାରି ବୁଝିବା ସହିତ ଆଗାମୀ କାର୍ଯ୍ୟପ୍ରଣାଳୀକୁ ତ୍ୱରାନ୍ୱିତ କରିବା ସମ୍ବନ୍ଧ ରେ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ | ଅନ୍ୟପକ୍ଷେ , ଶ୍ରୀ ନାୟକ ପଢ଼ିଆରୀ ପାଠାଗାର ଓ ସୂଚନା କେନ୍ଦ୍ର ନିରକ୍ଷଣ କରିବା ସହ ପାଠାଗାର କୁ ସୁବ୍ୟବସ୍ଥିତ କରିବା ନିମନ୍ତେ ମନ୍ତବ୍ୟ ପ୍ରଦାନ କରିଥିଲେ | କଟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଅଧୀନ ରେ ଥିବା ଆଠଗଡ , ବାଙ୍କୀ , ଚହାପଡ଼ ଓ ସାଲେପୁର ପାଠାଗାର ଓ ସୂଚନା କେନ୍ଦ୍ର ସମ୍ବନ୍ଧ ରେ ମଧ୍ୟ କେନ୍ଦ୍ରାଞ୍ଚଳ ଉପ ନିର୍ଦେଶକ ପଚାରି ବୁଝିଥିଲେ | କାର୍ଯ୍ୟାଳୟ ର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଚାଲିଥିବା ଅବଗତ ହୋଇ ଶ୍ରୀ ନାୟକ ସନ୍ତୋଷ କରିଥିଲେ ଏବଂ ଆହୁରି ଉନ୍ନତ ପ୍ରଣାଳୀ ରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ