ଗାନ୍ଧୀଙ୍କର ଓଡିଶା ବିଶେଷକରି କଟକ ଆଗମନର ୧୦୩ ବର୍ଷ ପୂର୍ତ୍ତି ପାଳନ।

34

କଟକ (ଉତ୍କଳ ନ୍ୟୁଜ ) ୨୩-୦୩-୨୦୨୪ : ମହାତ୍ମା ଗାନ୍ଧୀଙ୍କର ପ୍ରିୟ ଭୂମି ଥିଲା ଓଡିଶା । କଟକକୁ ସେ ଅନେକଥର ଆସିଥିଲେ। ବାପୁ ଗ୍ରାମାଞ୍ଚଳର ବିକାଶ ମାଧ୍ୟମରେ ଦେଶର ବିକାଶ କରିବା ଚାହୁଁଥିଲେ । କଟକକୁ ସେ ବାରମ୍ବାର ଆସିଥିବାରୁ କଟକ ଜିଲ୍ଲା ଗ୍ରାମାଞ୍ଚଳର ଉନ୍ନତି ସାଧନ କରିବା ତଥା ତାଙ୍କ ବିଚାରାଧାରରାରେ ଆମେ ସମସ୍ତେ ସାମିଲ ହୋଇ ଦାୟିତ୍ୱବୋଧତାର ସହ କଟକ ଜିଲ୍ଲାପାଇଁ କାର୍ଯ୍ୟ କରିବା ଆଦି ସମ୍ୱନ୍ଧରେ ଜିଲ୍ଲା ପ୍ରଶାସନ ସହ ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ଆୟୋଜିତ ଗାନ୍ଧୀଙ୍କର ଓଡିଶା ଆଗମନର ୧୦୩ ବର୍ଷ ପୂର୍ତ୍ତି ଅବସରରେ ଜୁଡିସିଆଲ ଏକାଡେମୀ ନିକଟସ୍ଥ ଗାନ୍ଧୀ ପାର୍କଠାରେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିନୀତ ଭରଦ୍ଵାଜ ଗାନ୍ଧୀଜୀଙ୍କ ସ୍ଥାପତ୍ୟ କଳା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ ପୂର୍ବକ ନିଜର ମତବ୍ୟକ୍ତ ପ୍ରକାଶ କରିଥିଲେ। ଏଥି ସହ କସ୍ତୁରବା ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ରାଷ୍ଟ୍ରପିତାଙ୍କ ଓଡ଼ିଶା ବିଶେଷ ଭାବେ ଆଗମନର ଉଦ୍ଧେଶ୍ୟରେ ପ୍ରତିଷ୍ଠିତ ଏହି ଐତିହାସିକ ସ୍ମ।ରକୀ ସ୍ଥଳର ଆବଶ୍ୟକ ଉନ୍ନତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଅତିଥି ମାନଙ୍କ ଉପସ୍ଥିତରେ ଜିଲ୍ଲାପାଳ କହିଥିଲେ । ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମରେ ଜଷ୍ଟିସ ଶ୍ରୀ ମନୋରଞ୍ଜନ ମହାନ୍ତିଙ୍କ ସହ ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି,ଶ୍ରୀ ମିହିର ପ୍ରତାପ ଦାସ, ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ଶ୍ରୀ ଜୟନ୍ତ କୁମାର ଦାସ, ସର୍ବୋଦୟ ନେତା,ଶ୍ରୀ ବିଜୟ କୁମାର ତ୍ରିପାଠୀ,ଶ୍ରୀ ପ୍ରସନ୍ନ କୁମାର ମହାପାତ୍ର, ପରିବେଶବିତ ଶ୍ରୀପ୍ରଫୁଲ୍ଲ ସାମନ୍ତରାୟ, ଲୋହିଆ ଏକାଡ଼େମୀର ସମ୍ପାଦକ, ଶ୍ରୀ ଦେବ ପ୍ରସାଦ ରାୟ ପ୍ରମୁଖଙ୍କ ସମେତ ଉକ୍ତ ଅନୁଷ୍ଠାନ ମାନଙ୍କର ତଥା ଗାନ୍ଧୀ ବିଚାରଧାରାର ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଗାନ୍ଧୀଜୀଙ୍କର ସ୍ମୃତି ଚାରଣ କରିବା ସହ ଗାନ୍ଧୀ, କସ୍ତୁରବା ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ ନଳିନୀକାନ୍ତ ସାହୁ, ଭାରାପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ଅଭିରାମ ଦାସ ଓ ଗାନ୍ଧୀ ସ୍ମାରକ ନିଧିର କେନ୍ଦ୍ରୀୟ ଟ୍ରଷ୍ଟୀ ଡାକ୍ତର ବିଶ୍ଵଜିତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।