ନିର୍ବାଚନ ପାଇଁ ରାଜନୈତିକ ଦଳ ଓ ପ୍ରାଥୀମାନଙ୍କ ଦ୍ୱାରା ସମ୍ଭାବ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ତାଲିକା ପ୍ରସ୍ତୁତ |

20

କଟକ (ଉତ୍କଳ ନ୍ୟୁଜ ) ୨୩-୦୩-୨୦୨୪ : ଚଳିତ ସାଧାରଣ ନିର୍ବାଚନ ରେ ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀ ମାନଙ୍କ ଦ୍ୱାରା ସମ୍ଭାବ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦର ତାଲିକା ଚୂଡାନ୍ତ ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ନିର୍ବାଚନ ଅଧିକାର ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ଓ ସମ୍ପୃକ୍ତ ଅଧିଵାକରୀମାନଙ୍କ ଉପସ୍ଥିତି ରେ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀ ରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଦ୍ୱାରା ବ୍ୟବହାର ହେବାକୁ ଥିବା ବିଭିନ୍ନ ସାମଗ୍ରୀ ର ଦର ଉପରେ ଆଲୋଚନା କରାଯାଇ ତାଲିକା ଚୂଡାନ୍ତ କରାଯାଇଥିଲା | ରାଜନୈତିକ ଦଳ ର ପ୍ରତିନିଧିମାନଙ୍କ ସମ୍ମତି ସହ ଚୂଡାନ୍ତ ହୋଇଥିବା ଉକ୍ତ ତାଲିକା ରେ ଧାର୍ଯ୍ୟଦର ଅପରିବର୍ତ୍ତନୀୟ ଅଟେ | ପ୍ରକାଶଥାଉକି , ଧାର୍ଯ୍ୟ କରାଯାଇଥିବା ଉକ୍ତ ଦର ତାଲିକା ବିଭିନ୍ନ ବିଭାଗୀୟ ଅନୁମୋଦିତ ଦର ଅନୁଯାୟୀ ପ୍ରସ୍ତୁତ କରାଯାଇଛି | ରାଜନୈତିକ ଦଳମାନଙ୍କ ର ନିର୍ବାଚନୀ ଖର୍ଚ୍ଚ ର ହିସାବ ଏହି ତାଲିକା ଅନୁଯାୟୀ କରାଯିବ | ପୁନଶ୍ଚ , "ସୁବିଧା" ପୋର୍ଟାଲ ଓ ମୋବାଇଲ ଅପ ଜରିଆ ରେ ରାଜନୈତିକ ଦଳ ର ପ୍ରାର୍ଥୀ ପି ପ୍ରତିନିଧିମାନେ ବିଭିନ୍ନ ପ୍ରକାର ଅନୁମତି ତଥା ପ୍ରାର୍ଥୀ ପତ୍ର ଦାଖଲ ନିମନ୍ତେ ଅନଲାଇନ ଜରିଆ ରେ ଆବେଦନ କରିପାରିବେ ବୋଲି ଜିଲ୍ଲାପାଳ ପସରୀ ଭରଦ୍ୱାଜ ବୈଠକ ରେ ଡେମନଷ୍ଟ୍ରେସନ ମାଧ୍ୟମ ରେ ସୂଚିତ କରିଥିଲେ | ଏହି ପୋର୍ଟାଲ ଉପଯୋଗ ନିମନ୍ତେ subidha.eci.gov.in କୁ ଲଗଇନ କରି ବ୍ୟବହାର କରାଯାଇ ପାରିବ | ଯାହାର ବ୍ୟବହାରିକତା ବିଷୟ ରେ ବୈଠକ ରେ ଏକ ସମ୍ପୂର୍ଣ୍ଣ ପ୍ରଦର୍ଶନ କରାଯାଇଥିଲା | ବୈଠକ ପ୍ରାରମ୍ଭ ରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିଆକରି ଶିବ ଟପୋ ପ୍ରସ୍ତୁତ ତାଲିକା ସମ୍ବନ୍ଧ ରେ ସମ୍ୟକ ସୂଚନା ଦେବା ଉପରୋକ୍ତ ପ୍ରତ୍ୟେକ ସମ୍ଵବ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ପୁଙ୍ଖନପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା | ଅନ୍ୟମାନଙ୍କ ମାଧ୍ୟମ ରେ ଉକ୍ତ ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଉମାକାନ୍ତ ରାଜ , ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଦିବ୍ୟଲୋଚନ ମହନ୍ତ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ କଟକ ସୁବାସ ଚନ୍ଦ୍ର ରାୟ , ଉପଜିଲ୍ଲାପାଳ , କଟକ ସଦର ଜ୍ୟୋତି ଶଙ୍କର ରାୟ , ଉପଜିଲ୍ଲାପାଳ ବାଙ୍କୀ ଦେବିରଂଜନ ମହାନ୍ତି , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୁୟାଁ , କଟକ ମହାନଗର ନିଗମ ଉପଯୁକ୍ତ , ସୁମନ୍ତ କୁମାର କର , ଡେପୁଟି କଲେକ୍ଟର , ନିଷ୍ଠା ମହାପାତ୍ର ଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ |