ଓଟିଏମ କଲୋନୀ ଦୋଳ ପଡିଆ ଠାରେ ଦୋଳ ମେଲଣ ଉତ୍ସବ |

18

କଟକ (ଉତ୍କଳ ନ୍ୟୁଜ ) ୨୨-୦୩-୨୦୨୪ : ଫଗୁ ଦଶମୀ,ଏକାଦଶୀ ଅବସରରେ ,ଓଟିଏମ କଲୋନୀ ସ୍ଥିତ ଦୋଳ ପଡିଆ ଠାରେ ଦୋଳ ମେଲଣ ଓ ଡ୍ରାମା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଅଛି | ରାଧାମୋହନ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ୨ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବ ରେ ରାଧାମୋହନ ଜୀଉ ଠାକୁର ଘର ଘର ବୁଲି ଭୋଗ ଖାଇବା ପରେ ବିମାନ କୁ ଏକ ବିରାଟ ଶୋଭଯାତ୍ରାରେ ନିଆଯାଇ ଓଟିଏମ କଲୋନୀ ପରିକ୍ରମା କରାଯାଇଥିଲା | ମେଲଣ ପଡିଆ ଠାରେ ଆଉ ୪ ଗୋଟି ବିମାନ ମଧ୍ୟ ଆସିଥିଲେ,ଏହି ଅବସର ରେ ୨ ଦିନ ଧରି ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ୨ ଟି ସାମାଜିକ ନାଟକ ମlଇଚିଆ ଗୋଖେଇ ସାହୁ ଓ ଦେଇଗଲା ଦାଗ ଅଦିନ ମେଘ,ପରିବେଷଣ ହୋଇଥିଲା | ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଧାୟକ ସୋଭିକ୍ ବିଶ୍ଵାଳ, ଚୌଦ୍ୱାର ପୌରପାଳିକା ର ଉପାଧ୍ୟକ୍ଷ , ସ୍ଥାନୀୟ ୧୧ ନମ୍ୱର କାଉନସିଲର ବିନୋଦିନୀ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ, ୨ ଟି ନାଟକ କୁ ନିର୍ଦ୍ଦେଶନା ଦେଇଥିଲେ ହିମାଂଶୁ ଦାସ ଓ ରଜନୀକାନ୍ତ ମହାନ୍ତି, ମନ୍ଦିର ପରିଚାଳନା କମିଟି ଉପଦେଷ୍ଟା ଲୋକନାଥ ସାହୁ,ସଭାପତି ଟୁକୁ ପ୍ରଧାନ,କାର୍ଯ୍ୟକାରୀ ସଭାପତି ଭାସ୍କର ଚନ୍ଦ୍ର ରାଉତରାୟ,ସଂପାଦକ ପ୍ରମୋଦ ଜେନା,ସହ ସମ୍ପାଦକ ରାଜ କିଶୋର ସ ସାମନ୍ତ, କୋଷାଧ୍ୟକ୍ଷ ଅଶ୍ଵିନୀ କୁମାର ଜେନା,ସନ୍ତୋଷ ସେନାପତି, ଭୀମସେନ ବିଶ୍ଵାଳ,ବିଶ୍ବରଂଜନ କର,ବିଶ୍ୱଜିତ୍ ଭଞ୍ଜ,ଶିବବ୍ରତ ଦାସ,ଦିବାକର ପଟ୍ଟନାୟକ, ଖଗେଶ୍ବର ମଲ୍ଲ,ତପନ ରାଉତ, କାହ୍ନୁ ଚରଣ ଜେନା,ଶିବବ୍ରତ ଦାସ,ପ୍ରଦୀପ ଦାସ,ଶଶାଙ୍କ ସୁନ୍ଦର ରାଉତ, ଜିତେଶ ମହାନ୍ତି, ବିଶ୍ବରଂଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ |