ନାବାଳିକା ଯୌନ ଶୋଷଣ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନା |

89

କଟକ (ଉତ୍କଳ ନ୍ୟୁଜ ) ୨୨-୦୩-୨୦୨୪ : ଜନୈକା ନାବାଳିକା ଯୌନ ଶୋଷଣ ମାମାଲାର ବିଚାର କରି ଭଦ୍ରକ ଜିଲ୍ଲା ନାୟକାଣି ଡ଼ିହି ଥାନା ତମ୍ବାଖଣ୍ଡି ଗ୍ରାମର ରାଜନୀକାନ୍ତ ନାୟକଙ୍କ ପୁତ୍ର ଜଗା ଓରଫ ରତିକାନ୍ତ ନାୟକ (୩୩)ଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ୩୭୬(୨)(ଏଫ), ୩୭୬(୨) (ଏନ) ଓ ନାବାଳିକା ଯୌନ ନିର୍ଯ୍ୟାତାନା ଅପରାଧ ନିରୋଧ ଆଇନ୍‌ର ଦଫା ୬ ମୁତାବକ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ପୁନଶ୍ଚ ୬ ମାସ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି ଭଦ୍ରକ ସ୍ୱତନ୍ତ୍ର ପୋକ୍ସ କୋର୍ଟର ବିଚାରପତି ମୁକ୍ତି ରଞ୍ଜନ ଶତପଥୀ । ବିବରଣୀ ଅନୁଯାୟୀ, ୧୫ ବର୍ଷର ଜନୈକା ନାବାଳିକାକୁ ବିବାହର ପ୍ରତିଶୃତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ପରେ ବିବାହ କରିବାକୁ ମନା କରିବାରୁ ପୀଡିତ ନିଜେ ନାୟାକାଣିଡ଼ିହି ଥାନାରେ ଗତ ୨୦୧୪ ମସିହା ମଇ ମାସ ୧୧ ତାରିଖରେ ଲିଖିତ ଅଭିଯୋଗ କରିବା ପରେ ଥାନା କେସ ନଂ ୭୩/୧୪ରେ ଏକ ମାମଲା ପୋଲିସ ରୁଜୁ କରି ରତିକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେ ଗିରଫ ହେବା ପରେ ପୀଡିତା ନିଜର ଅଭିଯୋଗ ନ ଥିବାରୁ ଦର୍ଶାଇ ସତ୍ୟପାଠ ଦାଖଲ କରିବାରୁ ସେତେବେଳେ ତାକୁ ମାନ୍ୟବର କୋର୍ଟ ଜାମିନ ପ୍ରଦାନ କରିଥିଲେ । ମାତ୍ର ଚାର୍ଯ୍ୟସିଟ ଦାଖଲ ପରେ କୋର୍ଟରେ ନିଜର ବୟାନ ବଦଳାଇ ରତିକାନ୍ତଙ୍କ ବିରୁଦ୍ଧରେ ବୟାନ ଦେବାରୁ ମାନ୍ୟବର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡରେ ଆଜି ଦଣ୍ଡିତ କରିଛନ୍ତି । ପୀଡିତାଙ୍କ ପାଇଁ ସ୍ୱତନ୍ତ୍ର ସରକାରୀ ଓକିଲ ବଟକୃଷ୍ଣ ଦାସ ମାମାଲା ପରିଚାଳନା କରୁଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |