ଜାମଯୋଡିରେ କଂଗ୍ରେସର ମିଶ୍ରଣ ପର୍ବ |

57

କଟକ (ଉତ୍କଳ ନ୍ୟୁଜ ) ୨୦-୦୩-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ଜାମଯୋଡି ପଞ୍ଚାୟତରେ କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅଭିମନ୍ୟୁ ରାଉତଙ୍କ ସଭାପତିତ୍ୱରେ ଦରପୁର ଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟ ଦଳ ଛାଡ଼ି ପ୍ରାୟ ୨୦ ପରିବାର କଂଗ୍ରେସରେ ଯୋଗ ଦେଇଥିଲେ । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା ସତ୍ୟାନନ୍ଦ ରାଉତ, ଅମୀୟ ମହାପାତ୍ର ଓ ଦିଗମ୍ବର ଦାସ ଅତିଥିଭାବେ ଯୋଗଦେଇ ଦଳରେ ମିଶିଥିବା ବ୍ୟକ୍ତିଙ୍କୁ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ । ସୂଚନା ଅନୁଯାୟୀ, ଦୁର୍ଯ୍ୟୋଧନ ନାୟକ, ଭଗବାନ ନାୟକ, ସଞ୍ଜୟ ଧଳ, ମନୋଜ ଧଳ, ଗୋପାଳ ମହାକୁଡ଼, ପ୍ରଭାକର ନାୟକ, ପ୍ରଫୁଲ ପରିଡ଼ା, ସୂର୍ଯ୍ୟମଣି ଦାସ, ଭାଗିରଥି ଦାସ, ସୁରେନ୍ଦ୍ର ନାଥ, ଅନିଲ ରାଉତ, ସଂଜୟ ତ୍ରିପାଠୀ, ଲକ୍ଷ୍ମୀଧର ଜେନା, ଅମୀୟ ଦାସ, ନିଶୁ ବିଶ୍ୱାଳ, ବାଇଧର ଦାସ ପ୍ରମୁଖ ଦଳରେ ଯୋଗଦେଇଥିଲେ । ଏହି ମିଶ୍ରଣ ପର୍ବରେ ପଞ୍ଚାୟତ ସଭାପତି କୈଳାସ ବାରିକ, ସୁଦର୍ଶନ ସ୍ୱାଇଁ, ବସନ୍ତ ନାୟକ, ସୁବାସ ଚନ୍ଦ୍ର ନାୟକ, ଶରତ ଧଳ, ଉମାକାନ୍ତ ତ୍ରିପାଠୀ, କାହ୍ନୁଚରଣ ମଲିକ, କୁଞ୍ଜ ବିହାରୀ ବେହେରା, ମଧୁସୂଦନ ରାଉତ, ଭାଲେଶ୍ୱର ଭୂୟାଁ, କିଶୋର ଜେନା, ଗୁମାନୀ ଭୂୟାଁ, ମାଧବାନନ୍ଦ ବିଶ୍ୱାଳ ଓ ଅଶୋକ ନାୟକ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |