ସିଏମସି ୫୮ ନମ୍ବର ୱ।ର୍ଡ଼ କଂଗ୍ରେସ କର୍ପୋରେଟରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ ଓ ବନ୍ଧୁ ମିଳନ ସଭା ।

25

କଟକ (ଉତ୍କଳ ନ୍ୟୁଜ ) ୧୮-୦୩-୨୦୨୪ : କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ କଂଗ୍ରେସ କର୍ପୋରେଟର ଜନାର୍ଦ୍ଦନ ପରିଡ଼ାଙ୍କ ଆବାହକତ୍ୱରେ ରବିବାର ଦିନ କଟକ ସଦର ଥାନା ନିକଟସ୍ଥ ପ୍ରତାପନଗରୀ ଗ୍ରାମର, ମା, ଧାକୁଲେଇଙ୍କ ପୀଠରେ ଏକ ବନ୍ଧୁ ମିଳନ ପର୍ବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ କଟକ ଜିଲ୍ଲା ମହିଳା କଂଗ୍ରେସ କମିଟିର ନୂତନ ସଭାନେତ୍ରୀ ଅମ୍ରିତା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ମୁଖ୍ୟ ଅତିଥି , ପୂର୍ବତନ ପିସିସି ସଂପାଦକ ଅନିଲ କୁମାର ବେଉରା, ଆଡ଼ଭୋକେଟ ଅର୍ଣ୍ଣପୂର୍ଣ୍ଣା ସାହୁ, କଟକ ସଦର ବ୍ଲକ କଂଗ୍ରେସ ସଭାପତି ରାମଚନ୍ଦ୍ର ଗୋଛୟତ, ପୂର୍ବତନ ସଦର ବ୍ଲକ କଂଗ୍ରେସ ସଭାପତି ପ୍ରତାପ ସାମଲ,ପ୍ରଭାତ ନନ୍ଦ , କର୍ପୋରେଟର କାମେଶ୍ୱର ରାଓ, ସନ୍ତୋଷ ଭୋଳ, ମନୋଜ ଜତୀ ମହମ୍ମଦ ସିଦ୍ଦିକ୍ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । କଂଗ୍ରେସ ଦଳର ମହିଳା ସଂଗଠନକୁ ସୁଦୃଢ କରିବାପାଇଁ ନୂତନ ମହିଳା କର୍ମକର୍ତ୍ତାଙ୍କ ନାମ ଆୟୋଜିତ ବନ୍ଧୁମିଳନରେ ଘୋଷଣାକରାଯାଇଥିଲା । ସିଏମସି ୫୮ ନମ୍ବର ୱ।ର୍ଡ଼ କଂଗ୍ରେସ ଦଳର ମହିଳା ସଭାପତି ଭାବେ ମାମିନା ରାଉତ, ସଂପାଦିକା ଭାବେ ଝରଣା ରାଉତ,ଉପ ସଭାପତି ଭାବେ ରୁକ୍ମଣୀ ଦାସ , ସହ ସଂପାଦିକା ଭାବେ ନିରୁପମା ରାଉତ ଓ ସୁହାନା ବେଗମ୍, ସଂଗଠକ ଭାବେ ବେବିନା ସ୍ୱାଇଁ , ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ସସ୍ମିତା ଖୁଣ୍ଟିଆ, ପଦ୍ମାବତୀ ପ୍ରିୟଦର୍ଶୀଙ୍କ ନାମ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାପତି ଅମ୍ରିତା ଦାସ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ଆହୁରି ଅନେକ ମହିଳାଙ୍କୁ ସଂଗଠନରେ ନିଆଯାଇ ସେମାନଙ୍କର ପଦବୀ ଘୋଷଣା କରାଯିବ ବୋଲି କହିଥିଲେ । ଏହି ବନ୍ଧୁ ମିଳନରେ ସିଏମସିର ୫୬,୫୭,୫୮,୫୯ ନମ୍ବର ୱାର୍ଡର ବହୁ ମହିଳା ଏବଂ ପୁରୁଷ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଅତିଥି ମାନେ ମହିଳା କଂଗ୍ରେସ ସଦସ୍ୟ ଏବଂ କର୍ମୀମାନେ ନିଜ ନିଜର ସାହି ୱ।ର୍ଡ଼ର ଲୋକମାନଙ୍କୁ ସଚେତନ କରାଇବା ସହ ,ଆସନ୍ତା ସାଧାରଣ ନିର୍ବାଚନରେ ଘରକୁ ଘର ବୁଲି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଉକ୍ତ ବନ୍ଧୁମିଳନ ଉତ୍ସବରେ ନିର୍ବାଚିତ ମହିଳା କଂଗ୍ରେସର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ବନ୍ଧୁମିଳନ ପର୍ବରେ ସନ୍ତୋଷ ନାୟକ, ସାଗର ବେହେରା,ସାଜିଦ୍ଦ ଖାନ୍,ଲିଟୁ ରାଉତ, ବୁଲୁ ରାଉତ ,ଅଭୟ ଭଟ୍ଟ, ପାର୍ଥ ସାରଥୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କଟକ ରୁ ପ୍ରତାପ ଚନ୍ଦ୍ର ନାପତି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |