୭ ବର୍ଷ ପରେ ପଞ୍ଚାୟତ ସଭାପତିଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର |

199

କଟକ (ଉତ୍କଳ ନ୍ୟୁଜ ) ୧୬-୦୩-୨୦୨୪ : ୭ ବର୍ଷ ପରେ ପଞ୍ଚାୟତ ସଭାପତିଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେଡି । ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର ଅବିଭକ୍ତ ସିନ୍ଦୋଳ ପଞ୍ଚାୟତର ତତ୍କାଳୀନ ବିଜେଡି ସଭାପତି ବିଷ୍ଣୁ ଚରଣ ମହାନ୍ତିଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଛି । ତିହିଡ଼ି ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା ଏ ନେଇ ଶ୍ରୀ ମହାନ୍ତିଙ୍କୁ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ଘର ବାହୁଡ଼ା ଦଳକୁ ଅଧିକ ମଜବୁତ କରିବ ବୋଲି ସଭାପତି ନିଲମ୍ବନ ଆଦେଶ ପ୍ରତ୍ୟାହାର ପତ୍ରରେ ଉଲ୍ଲେଖ କରିଛନ୍ତି । ସୂଚନା ଯୋଗ୍ୟ, ୨୦୧୭ ମସିହାରେ ବିଷ୍ଣୁ ଚରଣ ମହାନ୍ତିଙ୍କୁ ଦଳରୁ ନିଲମ୍ବନ କରା ଯାଇଥିଲା । ସିନ୍ଦୋଳ ପଞ୍ଚାୟତ ଭାଗ ହେବା ପରେ ଶ୍ରୀ ମହାନ୍ତି ସଂପ୍ରତି ମଙ୍ଗଳପୁର ପଞ୍ଚାୟତ ବାସିନ୍ଦା । ତାଙ୍କ ଉପରୁ ଦଳ ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ସେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ଦଳର ସଭାପତି ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |