ସିପିଆଇଏମର ସାଧାରଣ କାର୍ଯ୍ୟକାରିଣୀ ବୈଠକ |

84

କଟକ (ଉତ୍କଳ ନ୍ୟୁଜ ) ୧୬-୦୩-୨୦୨୪ : ଭଦ୍ରକ ଜିଲ୍ଲା ସିପିଆଇଏମର ଆଞ୍ଚଳିକ କମିଟିର ସାଧାରଣ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଥୀ କାଳନ୍ଦୀ ପାତ୍ରଙ୍କ ସଭାପତିତ୍ୱରେ ନିଶାକର ଭବନରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା କମିଟି ସମ୍ପାଦକ ଦିବ୍ୟ ସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ରାଧା ଦାସ ଓ ରାଜ୍ୟ ନେତା ସାଥି ସନ୍ତୋଷ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶ୍ରମିକ, କୃଷକ, ମହିଳା, ଯୁବକ, ହରିଜନ, ଆଦିବାସୀ, ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ବରାବର ଆକ୍ରମଣ କରାଯାଉଛି । ଦରଦାମ୍ ବୃଦ୍ଧି, କିଷାନ, ମଜଦୂର ସୁବିଧା ପାଇଁ ଏମଏସପି ଆଇନ୍ ଲାଗୁ ହେଉନାହିଁ । ଦେଶର ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ, ବୀମା, ବନ୍ଦର, ରାଜପଥ, କଳ କାରଖାନା, ଖାଦାନ, ପୋଷ୍ଟ ଅଫିସ ଆଦିକୁ ଆଦାନୀ, ଅମ୍ବାନୀ, ଜିନ୍ଦଲ ଆଦି କମ୍ପାନୀକୁ ଶାଗମାଛ ଦରରେ ବିକ୍ରୀ କରିବାକୁ ପଛାଉ ନାହିଁ କେନ୍ଦ୍ର ମୋଦୀ ସରକାର । ଦେଶର ମହିଳା ମାନଙ୍କ ଉପରେ ଆକ୍ରମଣର ନଜିର ରହିଛି । ମଣିପୁର ପରି ଆମ ଓଡ଼ିଶା ମାଟିରେ ମଧ୍ୟ ଖାଦ୍ୟ ନପାଇ ମୃତ୍ୟୁ ବରଣ କରୁଛନ୍ତି । ଶାରୀରିକ ଭାବରେ ଆକ୍ରମଣରୁ ବାଦ୍ ପଡୁନାହିଁ । ଦାଦନ ଖଟିବା ଲାଗି ଓଡ଼ିଆ ପୁଅ ଓ ଝିଅ ମାନଙ୍କର ଲମ୍ବା ଧାଡ଼ି ପଡ଼ିଛି ଅନ୍ୟ ରାଜ୍ୟକୁ । ଗୋତି ଶ୍ରମିକ ଭାବରେ ଲମ୍ବା ଲାଇନ୍ ଲାଗି ଥିବାର ପ୍ରମାଣ କୋଭିଡ ବେଳେ ଆମେ ଦେଖିଛେ । ମୋଦୀ ସରକାର ଲୋକସଭାକୁ ଦଖଲ କରିବା ପାଇଁ ଓ ରାଜ୍ୟର ବିଧାନ ସଭା ଅକ୍ତିଆର ପାଇଁ ବିଜେପି ଦଳକୁ ଆବୁରିଛି । ମୋଦୀ ଓ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଆନ୍ଦୋଳନ କରୁଥିବା ଲୋକମାନଙ୍କୁ ଦେଶ ଦ୍ରୋହି ମୋକଦ୍ଦମା ରୁଜ୍ଜୁ କରାଯାଉଛି । ଅପର ପକ୍ଷରେ ଦେଶରେ ଧର୍ମ ନାମରେ ରାଜନୀତି କରିବା ପାଇଁ ରାମଚନ୍ଦ୍ର ମହାପ୍ରଭୁ ଓ ଜଗନ୍ନାଥ ମହାପ୍ରଭୁଙ୍କୁ ଆରାଧନା ନାମରେ ଦେଶକୁ ଭାଗ ଭାଗ କରାଯାଉଛି । ଏହୀ ନୀତି ବିରୋଧରେ ସିପିଆଇଏମ ପକ୍ଷରୁ ବିଜେପି ଓ ବିଜେଡ଼ି ବିରୋଧରେ ଲଢେଇ ଆରମ୍ଭ ହୋଇଛି ଏବଂ ଇଣ୍ଡିଆ ମେଣ୍ଟର ପାର୍ôଥଙ୍କୁ ଭୋଟ ଦେବା ପାଇଁ ଏହି ବୈଠକରେ ସମସ୍ତଙ୍କୁ ନିବେଦନ କରାଯାଇଛି । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |