କୁବେରାରେ ବିଜେପିର କର୍ମୀ ସମ୍ମିଳନୀ, ବିଜେପିରେ ମିଶିଲେ କାଁପଡ଼ା ସରପଞ୍ଚ |

50

କଟକ (ଉତ୍କଳ ନ୍ୟୁଜ ) ୧୫-୦୩-୨୦୨୪: ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର ୧୩ ପଞ୍ଚାୟତ ସ୍ତରୀୟ ବିଜେପିର ଏକ କର୍ମୀ ସମ୍ମିଳନୀ କୁବେରା ଠାରେ ଅନୁଷ୍ଠିତ ହୋଇ ଯାଇଛି । ତେବେ ଏହି ସମ୍ମିଳନୀରେ କାଁପଡ଼ା ପଞ୍ଚାୟତର ବିଜେଡି ସମଥିଙତ ସରପଞ୍ଚ କୁନ୍ତଳା ମଳିକ ନିଜର ସମର୍ଥକମାନଙ୍କ ସହ ବିଜେପିରେ ଯୋଗଦେବା ସଂପ୍ରତି ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଧାମନଗର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ବୁଦ୍ଧଦେବ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ବାସୁଦେବପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ଦୀନବନ୍ଧୁ ପତି, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ରଘୁନାଥ ପାତ୍ର, ଜିଲା ଉପସଭାପତି ଦୁର୍ଗାଚରଣ ନାୟକ, ଐଶାନ୍ୟଚଣ୍ଡୀ ମଣ୍ଡଳ ସଭାପତି ପ୍ରମୋଦ ଦାସ, କାନ୍ତକବି ମଣ୍ଡଳ ସଭାପତି ତପନ କୁମାର ପାଢ଼ୀ, ବରିଷ୍ଠ ବିଜେପି ନେତା ସୁଧାଂଶୁ ପାଣିଗ୍ରାହୀ, ଉଷାକାନ୍ତ ନାୟକ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ପୁହାଣ, ସୁଶାନ୍ତ ସେଠୀ, ତଳଗୋପବିନ୍ଧା ସରପଞ୍ଚ ସଞ୍ଜିବ ବେହେରା, କୁବେରା ସରପଞ୍ଚ କାର୍ତ୍ତିିର୍କ ସେଠୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଲକ୍ଷ୍ମିପ୍ରିୟା ନାୟକ, ଯୁବନେତା ସାଇଶରଣ ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜେପି ଅଧିକ ମଜବୁତ ହେଉଛି ଓ ଆଜିର ମିଶ୍ରଣରେ ଏହା ପ୍ରତିଫଳିତ ହୋଇଛି ବୋଲି ମତପ୍ରକାଶ ପାଇଥିଲା । କାଁପଡ଼ାରେ ସରପଞ୍ଚଙ୍କ ସମେତ ୱାର୍ଡ଼ ସଭ୍ୟ ସୂର୍ଯ୍ୟମଣି ମଳିକ ଓ ଅପରାଜିତା ମଳିକ ବିଜେପିରେ ଯୋଗ ଦେଇଥିଲେ । ସେହିପରି ଗୁଆମାଳ ପଞ୍ଚାୟତରେ ରାଜକିଶୋର ନାୟକ ଓ ପ୍ରେମାନନ୍ଦ ପୁହାଣ ମଧ୍ୟ ଦଳରେ ଯୋଗ ଦେଇଛନ୍ତି । ତଳଗୋପବିନ୍ଧା ପଞ୍ଚାୟତର ମଦନ ମୋହନ ନାୟକ ଏବଂ ସୁରେନ୍ଦ୍ର ବେହେରା ଦଳରେ ଯୋଗ ଦେଇଥିବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଭରତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶରତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।