ଆଗାମୀ ନିର୍ବାଚନ ପରିଚାଳନା ନିମନ୍ତେ କଟକରେ ମର୍ଚ୍ଚ ୧୪ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

20

କଟକ (ଉତ୍କଳ ନ୍ୟୁଜ ) ୧୪-୦୩-୨୦୨୪ : ଆଗାମୀ ସାଧାରଣ ନିର୍ବାଚନ ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯଇଛି। ଏହି ପରିପରେକ୍ଷୀରେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଚଳିତ ମାର୍ଚ୍ଚ ୧୪ ତାରିଖରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ପରିଚାଳନା ସହ ସଂପୃକ୍ତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ତାଲିମ ପ୍ରଦାନ କରାଯିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ବିନୀତ ଭରଦ୍ୱାଜଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଶିବ ଟୋପୋ ଏହି ପ୍ରଶିକ୍ଷଣ ସହ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକୁ ତଦାରଖ ପୂର୍ବକ ସୂଚାରୁରୂପେ ତୁଲାଉଛନ୍ତି।ସୂଚନାଯୋଗ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜଙ୍କ ଦ୍ଵାରା ଏହି ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜାତୀୟସ୍ତରୀୟ ମାଷ୍ଟର ପ୍ରଶିକ୍ଷକ ଭାବେ ସଂଜିବିତା ରାୟ, ଡି ଟି ଇ ଟି,ଯୁଗ୍ମ ନିର୍ଦ୍ଦେଶକ ଏବଂ ଇପିଶିତା ମିଶ୍ର, କଟକ ମହାନଗର ନିଗମ ଯୁଗ୍ମ ଆୟୁକ୍ତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାରମ୍ଭରେ ୨୦୦ ଜଣ ରିସୋର୍ସ ବ୍ୟକ୍ତି ବିଶେଷଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି ବର୍ଗରେ ରିସୋର୍ସ ବ୍ୟକ୍ତି,ମାଷ୍ଟର ପ୍ରଶିକ୍ଷକ, ପୋଲିଂ ଅଧିକାରୀ ସମେତ ନିର୍ବାଚନ ପରିଚାଳନା ସହ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ଥିବାବେଳେ ଆଜି ମହାନଗର ନିଗମ ଅଞ୍ଚଳ ସମେତ ବିଭିନ୍ନ ବ୍ଲକର ୫୯ଟି ସ୍ଥାନରେ ମାଷ୍ଟର ପ୍ରଶିକ୍ଷକଙ୍କ ଦ୍ଵାରା ପୋଲିଂ ତଥା ପ୍ରିସାଇଡିଂ ଅଧିକାରୀ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି ସମୁଦାୟ ୧୬୪୦୦ ଜଣଙ୍କୁ ଏହି ପ୍ରଶିକ୍ଷଣରେ ତାଲିମ ଦିଆଯିବା ସହ ଇ ଭି ଏମ୍ ପରିଚାଳନା ପାଇଁ ମଧ୍ୟ ତାଲିମ ପ୍ରଦାନ କରାଯାଉଛି।