ପୀରହାଟ ଥାନାର ନୂତନ ଗୃହ ଉଦ୍‌ଘାଟିତ |

259

କଟକ (ଉତ୍କଳ ନ୍ୟୁଜ ) ୧୩-୦୩-୨୦୨୪: ବହୁ ପ୍ରତିକ୍ଷୀତ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନାର ନୂତନ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଅପରାହ୍ନ ପ୍ରାୟ ୫.୩୦ ଘଟିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟିତ ହୋଇଯାଇଛି । ପୂର୍ବରୁ ପୀରହାଟ ମଝି ବଜାରରେ କାର୍ଯ୍ୟକାରୀ ହେଉଥିବା ପୁରୁଣା ଗୃହ ଅପେକ୍ଷା ଏହି ନୂତନ ଗୃହରେ ବ୍ୟାପକ ସୁବିଧା ସୁଯୋଗ ମିଳିପାରିବ । ବୃଦ୍ଧ/ବୃଦ୍ଧା ଏବଂ ମହିଳା ଠାରୁ ଆରମ୍ଭ କରି କୋମଳମତି ଶିଶୁମାନଙ୍କ ପାଇଁ ଆଲୋଚନା କରିବା ଲାଗି ପୃଥକ୍ ପୃଥକ ଗୃହର ବ୍ୟବସ୍ଥା ରହିଛି । ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ କମକର୍ତ୍ତା ଯାତାୟାତ କରିବା ଲାଗି ସୁବିଧା ରହିଛି । ନ୍ୟାୟ ପାଇଁ ଲୋକଙ୍କୁ ଆଉ କୌଣସି ସମସ୍ୟା ଭୋଗିବାକୁ ପଡିବ ନାହିଁ ବୋଲି ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ୍ ଉଦ୍‌ବୋଧନ ଦେଇଥିଲେ । ଆଇଆଇସି ଅଜୟ କୁମାର ମୁର୍ମୁ ସଂଚାଳନାରେ ନୂତନ ଗୃହ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କେନ୍ଦ୍ରୀୟ ସୁରକ୍ଷାବଳ ଡେପୁଟି କମାଣ୍ଡର ରବିନ୍ଦ୍ର ଦାସ, ସରପଞ୍ଚସରପଞ୍ଚ ପ୍ରଭାତ ମିଶ୍ର, ସୁପ୍ରଭା ପାଣି, ଚକ୍ରଧର ଦାସ, ଅଜୟ ମହାନ୍ତି, ଦିପ୍ତୀମୟୀ ନାୟକ, କ୍ଷୀରାବ୍ଧୀ ତନୟା ମଲ୍ଲିକ, ତିହିଡ଼ି ଥାନା ଅଧିକାରୀ ପ୍ରସନ୍ନ କୁମାର ନାୟକ, ଧାମରା ମେରାଇନ୍ ଥାନାଧିକାରୀ କୃଷ୍ଣଚନ୍ଦ୍ର ଜାନୀ, ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ, ବାଂଶଡା ଓଆଇସି ଏଏସଆଇ ଦେବରାଜ ଜେନା, ପ୍ରବୀଣ କୁମାର ଗିରି, ତିହିଡି ଥାନାର ଏଏସଆଇ ପାର୍ଥସାରଥି ବେହେରା ଓ କମଳାକାନ୍ତ ଶତପଥି, ବୈକୁଣ୍ଠ ପାଣି, ରଞ୍ଜନ ସାହୁ, ଟୁନା ଦାଶ, ଆଇନଜୀବି ବିଷ୍ଣୁ ଦାଶ, ମାନସ ସାହୁ, ମାନସ ରଞ୍ଜନ ନାୟକ, ହିମାଦ୍ରୀ ମିଶ୍ର, ଆର୍ତ୍ତବହ୍ଲଭ ବାରିକ, ଧୃବଚରଣ ପାଣିଗ୍ରାହୀ, ମୀନକେତନ ସେନାପତି, ମୁକ୍ତିକାନ୍ତ ନାୟକ, ସଂଗ୍ରାମ ମହାନ୍ତି, ଦେବେନ୍ଦ୍ର ବେହେରା, ସୁରେନ୍ଦ୍ର ସାହୁ, ଅରୁଣ ବାରିକ, ବିପିନ ରାଉତ, ରାଜାରାମ ମହାକୁଡ଼, ଚିନ୍ମୟ ବାରିକ, ଗୋରାବାବୁ ସାହା, ଲିଙ୍ଗରାଜ ମିଶ୍ର, ଦୀପକ ଦାସ, ନୀଳକଣ୍ଠ ନାୟକ ଓ ଜଗନ୍ନାଥ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପୀରହାଟ ଥାନାର ଏସଆଇ ସୁପ୍ରକାଶ ମହାନ୍ତି ଓ ଚମ୍ପାବତୀ ମାରାଣ୍ଡି, କନେଷ୍ଟବଳ ତୁଷାରକାନ୍ତ ପଣ୍ଡା, ସରୋଜ ନାୟକ, ରାଜେନ୍ଦ୍ର ପ୍ରସାଦ ସାହୁ, ବିମ୍ବାଧର ମୁର୍ମୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |