ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ |

21

କଟକ (ଉତ୍କଳ ନ୍ୟୁଜ ) ୧୨-୦୩-୨୦୨୪ : ତୃଣମୂଳ ସ୍ତର ରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ଆଶା କର୍ମୀ , ଅଙ୍ଗନବାଡି କର୍ମୀ ଓ ଗାଁ କଲ୍ୟାଣ ସମିତି ଗୁଡିକର ମହତ୍ୱପୂର୍ଣ୍ଣ ଭୂମିକା ରହିଛି | ସ୍ଵାଥ୍ୟ ସେବା କ୍ଷେତ୍ର ରେ ସେମାନଙ୍କୁ ମୂଳଦୁଆ ଭାବି ରେ ବିବେଚନା କରାଯାଏ | କଟକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷ ରୁ ସାରଳା ଭବନ ଠାରେ ଆଜି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ୨୦୨୩-୨୪ ଅବସରରେ ଏହି ମତ ପ୍ରକାଶ ପାଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ମକରନ୍ଦ ବେଉରା ପ୍ରଦୀପ ପ୍ରଜ୍ବଳନ କରି ସମ୍ମିଳନୀ ର ଉଦ୍ଘାଟନ କରିବା ସହ ଗ୍ରାମାଞ୍ଚଳ ର ଆଶା କର୍ମୀ ଓ ଅଙ୍ଗନବାଡି ଦିଦି ଙ୍କୁ ସଠିକ ସହଯୋଗ , ସହାନୁଭୂତି ଓ ଉଚିତ ପାରିଶ୍ରମିକ ମିଳିପାରିଲେ ସେମାନେ ଉତ୍ସାହିତ ହୋଇ ସମସ୍ତ କାର୍ଯ୍ୟ କୁ ସହଜ ରେ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ | ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଦୀପକ କୁମାର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ | ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ଆଶା କର୍ମୀ ଓ ଅଙ୍ଗନବାଡି ଦିଦି ମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ରୁ ସେମାନଙ୍କ କାର୍ଯ୍ୟ ପ୍ରଶଂସୀୟ ବୋଲି ଶ୍ରୀ ସାହୁ କହିଥିଲେ | ସହ ପରିଚାଳକ ଗୋଷ୍ଠୀ ପ୍ରକ୍ରିୟା ନୃସିଂହ ଚରଣ ଭୂୟାଁ ଗାଁ କଲ୍ୟାଣ ସମିତି ରେ ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କ ର ୬୪ ପ୍ରକାରର କାର୍ଯ୍ୟ ଓ ସେମାନଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରକାରର ସହାୟତା ରାଶି ଉପରେ ଆଲୋକପାତ କରିଥିଲେ | ଏହି ଅବସରରେ ୫ ଜଣ ଆଶାକର୍ମୀ , ୧୪ ଟି ଗାଁ କଲ୍ୟାଣ ସମିତି କୁ ସୁସ୍ଥ ଗାଁ ପୁରସ୍କାର , ୧୩ ଟି ଏନଜିଏଏସ ଏବଂ ୧୧୫ ଟି କାୟକଳ୍ପ ପୁରସ୍କାର ପ୍ରଦାନ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟ ରେ ଡ଼. ଅଶୋକ କୁମାର ଦାସ , ଡ଼. ବିଜୟ କୁମାର ମିଶ୍ର ପ୍ରମୁଖ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କ ର ଅବଦାନ ସମ୍ପର୍କ ରେ ଆଲୋଚନା କରିବା ସହ କଟକ କୁ ସୁସ୍ଥ ରଖିବା ପାଇଁ ଆହ୍ୱାନ ଦେଇଥିଲେ | ସନ୍ତୋଷ କୁମାର ଶତପଥୀ ସଭା ପରିଚାଳନା କରିଥିବା ବେଳେ ଶ୍ରୀମତୀ ମନ୍ଦାକିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |