ମୁକ୍ତେଶ୍ୱର ବାବାଙ୍କର ମହାଶିବରାତ୍ରୀ ଜାଗର ଉତ୍ସବ |

31

କଟକ (ଉତ୍କଳ ନ୍ୟୁଜ ) ୧୧-୦୩-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଆରୁହାସ୍ଥିତ ମୁକ୍ତେଶ୍ୱର ବାବାଙ୍କର ମହାଶିବରାତ୍ରୀ ଜାଗର ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ମହାଶିବରାତ୍ରୀରେ ଦିନତମାମ ଭକ୍ତଙ୍କ ଭିଡ ଜମିଥିଲା । ସଂଧ୍ୟାରେ ଭକ୍ତମାନେ ଦ୍ୱୀପ ଜାଳି ଉଜାଗର ହୋଇ ମହାଦ୍ୱୀପ ଦର୍ଶନ କରିଥିଲେ । ପୂଜକଭାବେ ପ୍ରମୋଦ ରଥ ପୂଜାବିଧି କରିଥିଲେ । ଶନିବାର ସଂଧ୍ୟାରେ ସ୍ଥାନୀୟ ଗ୍ରାମର ୧୪ ବର୍ଷରୁ କମ୍ ବାଳକ/ବାଳିକାମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୁନିକୁନିି ପିଲାମାନଙ୍କ ଦ୍ୱାରା ଆୟୋଜିତ ନାଚ, ଗୀତ ଓ ଏକ୍ସନରେ ବିମୋହିତ ହୋଇଥିଲେ ଦର୍ଶକ । ଶେଷରେ ମୁଖ୍ୟ ଅତିଥି ତଥା ବିଚାରକ ଭାବେ ଶିକ୍ଷାବିତ୍ ଲଲାଟେନ୍ଦୁ ମହାପାତ୍ର ଯୋଗଦେଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗିମାନଙ୍କୁ ପୁରଷ୍କୃତ କରାଯାଇଥିଲା । ମନ୍ଦିର କମିଟି ପକ୍ଷରୁ ଭାଗିରଥି ନାୟକ ଓ କୈଳାସ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଗୟାଧର ନାୟକ, କରୁଣାକର ନାୟକ, ବାପି ନାୟକ, ନିମାଇଁ ଚରଣ ମଲ୍ଲିକ, ଗୌରହରି ବାରିକ, ନିଶାକର ବେହେରା, ଭାଗିରଥି ମଲ୍ଲିକ, ଭରତ ମଲ୍ଲିକ, ଲକ୍ଷ୍ମୀଧର ନାୟକ, ଅକ୍ଷୟ ମଲ୍ଲିକ, ପ୍ରକାଶ ନାୟକ, ଅର୍ଜୁନ ଚରଣ ନାୟକ, ସୁଦର୍ଶନ ନାୟକ, କାହ୍ନୁଚରଣ ନାୟକ, ଚକ୍ରଧର ନାୟକ ଓ ଗ୍ରାମବାସୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ସୂଚନା ଥାଉକି, ଆରୁହା ଛକରେ ଶିବ ମନ୍ଦିର ପ୍ରତିଷ୍ଠା କରିବା ଲାଗି ଗ୍ରାମବାସୀଙ୍କ ଆଗ୍ରହ ପ୍ରକାଶ ପାଇଥିଲା । ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହଯୋଗରେ ହରହର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ଭକ୍ତଙ୍କ ମନସ୍କାମନା ପୂରଣ ସହିତ ବିଭିନ୍ନ ରୋଗବ୍ୟାଧିରୁ ମୁକ୍ତି ମିଳୁଥିବା ନେଇ ମୁକ୍ତେଶ୍ୱର ନାମରେ କରାଯାଇଥିବା ଜଣାଯାଇଛି । ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |