ଷ୍ଟେଟ ବ୍ୟାଙ୍କ ବିରୋଧରେ ସିପିଆଇଏମର ବିକ୍ଷୋଭ ପ୍ରଦର୍ଶନ ||

91

କଟକ (ଉତ୍କଳ ନ୍ୟୁଜ ) ୦୭-୦୩-୨୦୨୪ ; ଷ୍ଟେଟ ବ୍ୟାଙ୍କ ବିରୋଧରେ ସିପିଆଇଏମର ବିକ୍ଷୋଭ ପ୍ରଦର୍ଶନ । ନିର୍ବାଚନୀ ବଣ୍ଡର ଆମୂଳଚୂଳ ରିପୋର୍ଟ ପ୍ରଦାନ କରିବାରେ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ ବିଜେପି ଦଳ ଓ ପ୍ରଧାମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଥିବାର ଅଭିଯୋଗ । ଏହି ବ୍ୟାଙ୍କ ସମସ୍ତ ଦଳର ନିର୍ବାଚନୀ ବଣ୍ଡର ଆମୂଳଚୂଳ ରିପୋର୍ଟ ପ୍ରଦାନ କରିଥିବା ବେଳେ ବିଜେପିକୁ ସମର୍ଥନ କରିବା ସଦୃଶ ମାନ୍ୟବର ସୁପ୍ରିମ କୋର୍ଟରେ ସମୟ ନେଇଥିବା ନେଇ ଏପରି ପ୍ରତିବାଦ କରାଯାଇଛି । ବିଜେପି ଦେଶର ସବୁଠାରୁ ଅଧିକ ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାପରେ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ ତଥ୍ୟ ପ୍ରଦାନ କରୁନଥିବା ଅଭିଯୋଗ କରି ଷ୍ଟେଟ ବ୍ୟାଙ୍କର ମୁଖ୍ୟଙ୍କ ବିରୋଧରେ ଭଦ୍ରକ ଶାଖା ସମ୍ମୁଖରେ ସିପିଆଇଏମର ଏପରି ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା । ସିପିଆଇଏମର ଜିଲ୍ଲା ସମ୍ପାଦକ ଆଇନ୍‌ଜୀବି ଦିବ୍ୟସିଂହ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ରାଧା ଦାସ, ଚନ୍ଦ୍ରଶେଖର ନାୟକ, ପ୍ରଫୁଲ୍ଲ ପାଢ଼ୀ, ମଳୟ ଭୋଇ, ନିରଂଜନ ପାଣି, କାଳନ୍ଦୀ ପାତ୍ର, ବାମଦେବ ମିଶ୍ର, ଗିରିଧାରୀ ନାଥ ଓ ପ୍ରତାପ ସେଠୀ ପ୍ରମୁଖ ବିଜେପି ବିରୋଧରେ ବର୍ଷିବା ସହିତ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏତାଦୃଶ କାର୍ଯ୍ୟକଳାପକୁ ତିବ୍ର ନିନ୍ଦା କରିଥିଲେ । ଦେଶବାସୀଙ୍କୁ ଦରଦାମ ବୃଦ୍ଧି ଆର୍ଥିକ ସ୍ତରରେ କ୍ଷତିଗ୍ରସ୍ତ କରୁଥିବା ବେଳେ ଦେଶର ସରକାରୀ କଳ କାରଖାନାକୁ ବିକ୍ରୀ କରି କରିବାରେ ବ୍ୟସ୍ତ କେନ୍ଦ୍ର ସରକାର । ବେକାର ଯୁବତୀ/ଯୁବକମାନଙ୍କୁ ନିଯୁକ୍ତି ଲାଗି ଦେଇଥିବା ପ୍ରତିଶୃତି ଫସର ଫାଟିଛି । କଳାଧନ ଫେରାଇ ଆଣିବାର ନିର୍ବାଚନୀ ଇସ୍ତାହାର ଏକ ପ୍ରହସନରେ ପରିଣତ ହୋଇଛି । ଏପରି ସ୍ଥଳେ ସବୁଠାରୁ ଅଧିକ ଟଙ୍କା ନିର୍ବାଚନୀ ବଣ୍ଡ ମାଧ୍ୟମରେ ନେଇଥିବା ବିଜେପି ସମ୍ପର୍କରେ ଷ୍ଟେଟ ବ୍ୟାଙ୍କକର୍ତ୍ତୃପକ୍ଷ ତଥ୍ୟ ପ୍ରଦାନ କରିବାରେ ସମୟ ନେଉଥିବା ଏକ ପରିତାପ ବିଷୟ ବୋଲି ମତପ୍ରକାଶ ପାଇଥିଲା । ଶେଷରେ ଉଭୟ ବିଜେଡି ଓ ବିଜେପି ବିରୋଧରେ ଏକ ହେବାକୁ ନିବେଦନ କରା ଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |