ଜିଲ୍ଲା କଂଗ୍ରେସ ଓବିସି ସେଲର ସୋସିଆଲ ମିଡିଆ ସଂଯୋଜକ ହେଲେ ସୁବାସ |

127

କଟକ (ଉତ୍କଳ ନ୍ୟୁଜ ) ୦୭-୦୩-୨୦୨୪ : ଭଦ୍ର୍ରକ ଜିଲ୍ଲା କଂଗ୍ରେସ ଓବିସି ସେଲର ସୋସିଆଲ ମିଡିଆ ସଂଯୋଜକ ଭାବେ ସୁବାସ ଚନ୍ଦ୍ର ନାୟକଙ୍କୁ ନିଯୁକ୍ତି ଦିଆ ଯାଇଛି । ଗତ ୫ ତାରିଖ ଦିନ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଓବିସି ସେଲ ସୋସିଆଲ ମିଡିଆ ଅଧ୍ୟକ୍ଷ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ପୂର୍ବରୁ ସୁବାସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନଙ୍କ ସମୟରେ ଚାନ୍ଦବାଲି ବିଧାନସଭା କ୍ଷେତ୍ରର ସୋସିଆଲ ମିଡିଆ ସଂଯୋଜକ ଭାବେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କର ସୋସିଆଲ ମିଡିଆ ମାଧ୍ୟମରେ କଂଗ୍ରେସ ଦଳକୁ ଆଗକୁ ନେବା ପାଇଁ ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମ ଓ ଦଳର କଥାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ସେ ଯେଉଁ ପ୍ରୟାସ ଜାରି ରଖିଛନ୍ତି ସେଥିପ୍ରତି ଆକୃଷ୍ଟ ହୋଇ ଦଳ ତାଙ୍କୁ ଏହି ଦାୟିତ୍ୱ ଦେଇଥିବା ସୁବାସ କହିଛନ୍ତି । ଏଥିପାଇଁ ସେ ରାଜ୍ୟ ଓବିସି ସେଲର ସୋସିଆଲ ମିଡିଆ ଅଧ୍ୟକ୍ଷ, ରାଜ୍ୟର ସମସ୍ତ ନେତୃତ୍ୱ, ଜିଲ୍ଲା ତଥା ଚାନ୍ଦବାଲି ବିଧାନସଭା କ୍ଷେତ୍ରର ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |