ସୂଚନା କମିଶନରଙ୍କ ଛାଟ, ବିଜୁ ଯୁବ ବାହିନୀକୁ ବଞ୍ଚାଇବାକୁ ଯାଇ ତଣ୍ଡ ଗଣିବେ ଅବସରପ୍ରାପ୍ତ ଅତିରିକ୍ତ ବିଡିଓ |

93

କଟକ (ଉତ୍କଳ ନ୍ୟୁଜ ) ୬-୦୩-୨୦୨୪ : ସୂଚନା କମିଶନରଙ୍କ ଛାଟ, ବିଜୁ ଯୁବ ବାହିନୀକୁ ବଞ୍ଚାଇବାକୁ ଯାଇ ତଣ୍ଡ ଗଣିବେ ଅବସରପ୍ରାପ୍ତ ଅତିରିକ୍ତ ବିଡିଓ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ପୂର୍ବତନ ପିଆଇଓଙ୍କୁ ସୂଚନା କମିଶନରଙ୍କ ଛାଟ, ୧୦ ହଜାର ଟଙ୍କା ଦଣ୍ଡ ଗଣିବେ ସତ୍ୟ ନାରାୟଣ ସେଠୀ । ସୂଚନା ଅନୁସାରେ, ଭଦ୍ରକର ପ୍ରକାଶ କୁମାର ଯେନା ଗତ ୨୦୧୯ ମସିହାରେ ଚାନ୍ଦବାଲି ବ୍ଲକରେ 'ବିଜୁ ଯୁବ ବାହିନୀ'କୁ ଅନୁଦାନ ଓ ଖର୍ଚ୍ଚ ସଂପର୍କରେ ଆରଟିଆଇ ଆକ୍ଟରେ ସୂଚନା ମାଗିଥିଲେ । ବିଜୁ ଯୁବ ବାହିନୀର ଦୁର୍ନିତୀ ଧରା ପଡିଯିବ ବୋଲି ରାଜନୀତି ଚାପରେ ପିଆଇଓ ଉକ୍ତ ଆରଟିଆଇକୁ ବେଖାତିର କରି ତଥ୍ୟ ପ୍ରଦାନ କରିନଥିଲେ । ନିର୍ଦ୍ଧଷ୍ଟ ସମୟ ସୀମା ମଧ୍ୟରେ ସୂଚନା ନପାଇବାରୁ ଶ୍ରୀ ଯେନା ବିଡିଓଙ୍କୁ ପ୍ରଥମ ଅପିଲ କରିଥିଲେ । ଚାନ୍ଦବାଲି ବିଡିଓ ମଧ୍ୟ ପ୍ରଥମ ଅପିଲର ଶୁଣାଣୀ କରିନଥିଲେ । ଉଚିତ ସମୟରେ ଶ୍ରୀ ଯେନା ସୂଚନା କମିଶନରଙ୍କ ନିକଟରେ ଦ୍ୱତୀୟ ଅପିଲ କରିଥିଲେ । ସୂଚନା କମିଶନର ଅଭିଯୋଗକୁ ଗ୍ରହଣ କରି ସେକେଣ୍ଡ ଅପିଲ କେସ ନଂ-୩୦୯୦/୨୦୧୯ରେ ପଂଜିକରଣ କରିଥିଲେ । କମିଶନର ବାଳକୃଷ୍ଣ ମହାପାତ୍ର ଉକ୍ତ କେସର ବିଚାର କରି ତା ୨୬.୧୨.୨୩ ରିଖରେ ଚାନ୍ଦବାଲି ପିଆଇଓ ଓ ବିଡିଓଙ୍କୁ ତଥ୍ୟ ପ୍ରଦାନ କରିନଥିବା ଯୋଗୁଁ କାରଣ ଦର୍ଶାଅ ନୋଟିସ ନୋଟିସ କରିଥିଲେ । ବର୍ତ୍ତମାନର ପିଆଇଓ, ଉକ୍ତ ସମୟରେ ଥିବା ପିଆଇଓ ଯିଏ କି ଦଶପଲ୍ଲା ବ୍ଲକରୁ ଅବସର ନେଇ ସାରିଛନ୍ତି, ତାଙ୍କ ଠିକଣାରେ କମିଶନରଙ୍କ ଉକ୍ତ ନୋଟିସ ପଠାଇଥିଲେ । ସତ୍ୟନାରାଯଣ ସେଠୀ କୌଣସି ଲିଖିତ ଜବାବ ଦେଇନଥିଲେ । ପୂର୍ବବର୍ତ୍ତୀ ତିନୋଟି ଶୁଣାଣୀରେ ମଧ୍ୟ କୋର୍ଟରେ ହାଜର ହୋଇ ନଥିôଲେ କିମ୍ବା କୌଣସି ଲିଖିତ ଜବାବ ଦେଇନଥଲେ । ତେଣୁ ସୂଚନା କମିଶନ କୋର୍ଟକୁ ଅବମାନନା, ଜିପିଓ ଅଫିସରେ ସୂଚନା ମହଜୁଦ ଥିବା ସ୍ଥଳେ ଉଦ୍ଦେଶ୍ୟମୂଳକ ଭାବେ ସୂଚନା ପ୍ରଦାନ କରିନଥିବାର ଅନୁଭବ କରି ସୂଚନା କମିଶନର ବାଳକୃଷ୍ଣ ମହାପାତ୍ର କେସ ନଂ-୩୦୯୦/୧୯ ର ବିଚାର କରି ଆରଟିଆଇ ଆକ୍ଟ ଧାରା ୨୦ ଉପଧାରା ୧ ଅନୁସାରେ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଉକ୍ତ ଟଙ୍କା ଏକ ମାସ ମଧ୍ୟରେ ସରକାରୀ ରାଜକୋଷରେ ଜମା କରିବେ ତାହା ନକଲେ ଦଶପଲ୍ଲା ବିଡିଓ ତାଙ୍କ ୪ମାସର ପେନସନରୁ କାଟି ରାଜକୋଷରେ ଜମା କରିବେ ବୋଲି ନିର୍ଦ୍ଦେଶ ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |