ତିହିଡି ଯୁବମଞ୍ଚ ସମ୍ବର୍ଦ୍ଧିତ |

80

କଟକ (ଉତ୍କଳ ନ୍ୟୁଜ ) ୦୬-୦୩-୨୦୨୪ : ଭଦ୍ରକ ଜିଲ୍ଲା ନବଜୀବନ କିନ୍ନର ସଂଘ ଭଦ୍ରକ ପକ୍ଷରୁ ଆୟୋଜିତ ଦଶମ ବାର୍ଷିକ ଉତ୍ସବରେ ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଗ୍ରଣୀ ସାମାଜିକ ସଂଗଠନ 'ତିହିଡି ଯୁବମଞ୍ଚ' ସମ୍ବର୍ଦ୍ଧିତ ହୋଇଛି । ସମାଜସେବୀ ଶେଷଦେବ ଓଝାଙ୍କ ସଂଚାଳନରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଶହୀଦ ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ର, ଡାକ୍ତର ପ୍ରଦୀପ ନାୟକ, ସମାଜସେବୀ ହେମନ୍ତ ପାଢ଼ୀ, ରାଜ୍ୟ ମାନବାଧିକାର ଅଧକ୍ଷ କ୍ଷିତୀଶ ବେହେରା, ନବଜୀବନ କିନ୍ନର ସଂଘ ରାଜ୍ୟ ସଭାପତି ସୁଇଟି ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ସଂଘର ଜିଲ୍ଲା ସଭାପତି ଶ୍ରାବଣୀ କିନ୍ନର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁବସମାଜସେବୀ ରଶ୍ମିରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯୁବମଞ୍ଚ ପକ୍ଷରୁ ସଭାପତି କୈଳାସ ବେହେରା, ସମ୍ପାଦକ ନିରଞ୍ଜନ ବାରିକ, ସଂଯୋଜକ ଆଇନଜୀବି ନୀଳମାଧବ ସେନାପତି, ସଦସ୍ୟ ସୁବ୍ରତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିଥଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |