ମୁରୁଣାରେ ଶ୍ରୀ ଶ୍ରୀ ହନୁମାନଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ |

85

କଟକ (ଉତ୍କଳ ନ୍ୟୁଜ ) ୦୬-୦୩-୨୦୨୪ : ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତ ମୁରୁଣା ଗାଁରେ ଶ୍ରୀ ଶ୍ରୀ ହନୁମାନଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୨ ଦିନ ବ୍ୟାପି ଉକ୍ତ କାର୍ଯ୍ୟକ୍ରମରେ ଶହଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ସାନିଦ୍ଧ ଲାଭ କରିଥିଲେ । କର୍ତ୍ତା ଭାବେ ରବିନାରାୟଣ ମହାପାତ୍ର ଓ ଅନ୍ନପୂର୍ଣ୍ଣା ମହାପାତ୍ର ଦାୟିତ୍ୱ ନିର୍ବାହ କରିଥିବା ବେଳେ ମୁଖ୍ୟ ପୂଜକ ଗଙ୍ଗାଧର ପଣ୍ଡା ସମସ୍ତ ପୂଜାବିଧି ପାଳନ କରିଥିଲେ । ସେହିପରି ପଣ୍ଡିତ ସୁରେନ୍ଦ୍ର ଦାଶ ଜୀବନ୍ୟାସ ଓ ପ୍ରାଣ ପ୍ରତିଷ୍ଠା କରିଥିବା ବେଳେ ପଦ୍ମଲୋଚନ ଦାଶ, ଯଜ୍ଞ ପଣ୍ଡିତ ଗଣେଶ ପଣ୍ଡା ସାମିଲ ହୋଇଥିଲେ । ଘଟତ୍ତୋଳନ ଓ ମଙ୍ଗଳ ଅଧିବାସ ପରେ ୧୦୮ କଳସ ଅଣା ଯାଇଥିଲା । ପରେ ମନ୍ଦିର ପ୍ରତିଷ୍ଠା କରା ଯାଇଥିଲା । ଶେଷରେ ବିଗ୍ରହ ସ୍ନାନ କରାଯାଇ ଜୀବନ୍ୟାସ ଓ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ସଂଧ୍ୟାରେ ସଂକଳ୍ପଧାରୀମାନେ ଯଜ୍ଞ ପୂର୍ଣ୍ଣାହୂତି ସମୟରେ ଉପସ୍ଥିତ ହୋଇଥିଲେ । ଶେଷରେ ପ୍ରସାଦ ସେବନ କରି ପ୍ରଭୁକୃପା ଲାଭ କରିଥିଲେ ଶ୍ରଦ୍ଧାଳୁ । ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |