ରେକି ଚିକିତ୍ସକ ସ୍ବର୍ଗତ କାଳନ୍ଦୀ ଚରଣ ସାହୁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ |

38

କଟକ (ଉତ୍କଳ ନ୍ୟୁଜ ) ୦୬-୦୩-୨୦୨୪ : ରେକି ମିଶନ ପ୍ରତିଷ୍ଠାନର ପ୍ରଖ୍ୟାତ ରେକି ଚିକିତ୍ସକ ସ୍ବର୍ଗତ କାଳନ୍ଦୀ ଚରଣ ସାହୁଙ୍କ ବିୟୋଗରେ ମଧୁପାଟଣା ସ୍ଥିତ ରେକି ମିଶନ ଆଶ୍ରମ ପରିସରରେ ବିଜ୍ଞାନୀ ଗୁରୁ ଶ୍ରୀ ଶ୍ରିସନ୍ଥଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳୀ ସଭା ଏକୋଇଶି ଦିନ ପରେ ଅନୁଷ୍ଠିତ ହୋଇଥିଲା । କାରଣ ଆଶ୍ରମବାସୀ ଯଦି ମୃତ୍ୟୁ ବରଣ କରନ୍ତି ତାହେଲେ ଆଶ୍ରମବାସୀଙ୍କ ପକ୍ଷରୁ ତାଙ୍କର ଏକୋଇଶିଆ ପାଳନ କରାଯାଇଥାଏ । ସେମାନଙ୍କର ବିଶ୍ବାସଯେ ମୃତ୍ୟୁ ପରେ ମଣିଷର ନିଶ୍ଚିତ ଭାବେ ଜନ୍ମ ଥାଏ । ସେଥିପାଇଁ ଏହି ଏକୋଇଶିଆ ପର୍ବକୁ ଶ୍ରଦ୍ଧାଞ୍ଜଳୀ ଭାବେ ପାଳନ କରାଯାଇଥାଏ । ଏହି ଶ୍ରଦ୍ଧାଞ୍ଜଳୀ ରିକୀ ମିଶନ ର ସମସ୍ତ ଆଶ୍ରମ ବାସି ଉପସ୍ଥିତ ରହିଥିଲେ,ସଭାରେ ଗୁରୁସେନା ମୁଖ୍ୟ - ବାପି ବରାଳ, ଲିପୁ ପୃଷ୍ଟି ଶକ୍ତିଷସେନା ମୁଖ୍ୟ - କଳ୍ପନା ସ୍ୱାଇଁ, ସ୍ୱପ୍ନା ପ୍ରଧାନ ପୂଜ୍ୟ ଗୁରୁଜୀ ଙ୍କ ସହ ପର୍ଥନ ସଭାରେ ସହଯୋଗ କରାଇବା ସହ ସଂଯୋଜକ ଭାରତ ଭୂଷଣ (କୁଲୁ ବାବା) କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । କଟକ ରୁ ପ୍ରତାପ ଚନ୍ଦ୍ର ସେନାପତି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |