ଚର୍ଚ୍ଚାରେ ଗୀତିକାର ପଞ୍ଚାନନଙ୍କ ଗୀତ ସେ ବିଶ୍ୱଗୁରୁ ନୂଆ ସଂପର୍କର |

133

କଟକ (ଉତ୍କଳ ନ୍ୟୁଜ ) ୦୫-୦୩-୨୦୨୪ : ସେ ବିଶ୍ୱଗୁରୁ ନୂଆ ସଂପର୍କର/ସେ ସୂତ୍ରଧର ନୂଆ ଭାରତର/ ସେ ବାଜିଗର ଏଇ ରାଷ୍ଟ୍ରର/ ସେ ସମ୍ଭବ ଅସମ୍ଭବ, ଯାହା ସେ କହନ୍ତି, ତାହା ସେ କରନ୍ତି ଗୀତଟି ମଙ୍ଗଳବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚଣ୍ଡିଖୋଲ ସଭାରେ ତାଙ୍କୁ ସ୍ୱାଗତ କରିବା ଅବସରରେ ବାଜିଥିଲା ଯାହାକି ଏବେ ସବୁଠି ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଗୀତଟିକୁ ରଚନା କରିଥିଲେ ଓଡିଶାର ବିଶିଷ୍ଟ ଗୀତିକାର ତଥା ବିଜେପି ସାଂସ୍କୃତିକ ସେଲର ସଂଯୋଜକ ପଞ୍ଚାନନ ନାୟକ । ମୋଦୀ ଯେତେବେଳେ ଖୋଲା ଜିପରେ ସଭାସ୍ଥଳକୁ ପ୍ରବେଶ କରୁଥିଲେ ଠିକ୍ ସେତିକିବେଳେ ଲାଉଡଲ ସ୍ପିକରରେ ବାଜୁଥିବା ଏହି ଗୀତଟି ଉପସ୍ଥିତ ଲୋକଙ୍କ ଭିତରେ ଅଦ୍ଭୁତ ରୋମାଞ୍ଚ ଭରି ଦେବା ସହ ସେମାନଙ୍କର ଜୋସ୍ ବଢାଇ ଦେଇଥିଲା । ଏମିତିକି ମୋଦୀଙ୍କ ସଭା ଶେଷ ହେବା ପରେ ପ୍ରାୟ ଅଧିକାଂଶ ଲୋକ ଉକ୍ତ ଗୀତଟିକୁ ଗୁଣୁଗୁଣୁ ହୋଇ ଗାଉଥିବାର ବି ଶୁଣିବାକୁ ମିଳିଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଗୀତିକାର ଶ୍ରୀ ନାୟକଙ୍କ ଘର ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗାଁରେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |