ଦିବାରାତ୍ର ଗ୍ରେଟ୍ ଇଣ୍ଡିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ |

119

କଟକ (ଉତ୍କଳ ନ୍ୟୁଜ ) ୦୫-୦୩-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ମାଲପୁର ଖେଳ ପଡିଆରେ ସୋମବାର ଦିବାରାତ୍ର ଗ୍ରେଟ୍ ଇଣ୍ଡିଆ କ୍ରିକେଟ ଟୁର୍ଣ୍ଣାମେଂଟ ଉଯାପିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟ, ସମ୍ମାନୀତ ଅତିଥିଭାବେ ଦୌଲତପୁର ସରପଞ୍ଚ ପ୍ରଭାତ ମିଶ୍ର, ସମିତି ସଭ୍ୟାଙ୍କ ପ୍ରତିନିଧି ଗୋପବନ୍ଧୁ ସେନାପତି, ସମାଜସେବୀ କୃଷ୍ଣଚନ୍ଦ୍ର ପାଢ଼ୀ, ପୂର୍ବତନ ଖେଳାଳି ଚିତ୍ତରଞ୍ଜନ ମହାନ୍ତି ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଫିତା କାଟି ଗ୍ରେଟ ଇଣ୍ଡିଆ କ୍ରିକେଟ ଟୁର୍ଣ୍ଣାମେଂଟର ଶେଷ ମ୍ୟାଚକୁ ଉଦଘାଟନ କରିଥିଲେ । ଆଲୋକ ମାଲାରେ ଝଲସି ଉଠିଥିଲା ମାଲପୁର ଖେଳ ପଡିଆ । ଖଚାଖଚ ଦର୍ଶକଙ୍କ ଭିଡ଼ ଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା । ମଧ୍ୟ ରାତ୍ର ପର୍ଯ୍ୟନ୍ତ ଫାଇନାଲ ମ୍ୟାଚର ଖେଳ ଉପଭୋଗ କଲେ ହଜାର ହଜାର ଖେଳପ୍ରେମୀ ଦର୍ଶକ । ୫ଦିନ ବ୍ୟାପି ଏହି ଟୁର୍ଣ୍ଣାମେଂଟ ଚାଲୁଥିବା ବେଳେ ଭଦ୍ରକ, ଭୁବନେଶ୍ୱର ତଥା ଆଖପାଖ ଅଞ୍ଚଳର ୧୬ଟି ଟିମ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଫାଇନାଲ ମ୍ୟାଚରେ ଜେ ଜେ ଏସ, ଦେଉଳା କ୍ରିକେଟ ଟିମ ଓ ବାରିକ ବ୍ରଦର୍ଶ ଦୌଲତପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ ଜିତି ଦେଉଳା ବେଟିଙ୍ଗ ପାଇଁ ନିଷ୍ପତ ନେତ୍ତିଥିବା ବେଳେ ଦୌଲତପୁର ଟିମକୁ ଫିଲଡିଂ ପାଇଁ ଆମନ୍ତ୍ରଣ କରିଥିଲା । ଏହି ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଦେଉଳା କ୍ରିକେଟ ଟିମ ତା’ର ବହୁମୂଲ୍ୟ ୪ଟି ଉଇକେଟ ହରାଇ ନିର୍ଦ୍ଧାରିତ ୧୨ ଓଭରରେ ସଂଗ୍ରହ କରିଥିଲା ୯୩ ରନ । ୯୪ ରନ୍ ର ବିଜୟ ଲକ୍ଷ୍ୟ ନେଇ ବାରିକ ବ୍ରଦର୍ସ ଦୌଲତପୁର ତାର ଖେଳ ପଦର୍ଶନ ଆରମ୍ଭ କରିଥିଲା ହେଲେ ନିର୍ଦ୍ଧାରିତ ୧୨ ଓଭରରେ ତାର ସମସ୍ତ ଉଇକେଟ ହରେଇ ସଂଗ୍ରହ କରିଥିଲା ମାତ୍ର ୪୮ରନ । ମାଲପୁର ମିନି ଷ୍ଟାଡିୟମ ରୁ ଦେଉଳା କ୍ରିକେଟ ଟିମ ବିଜେତା ହେବା ସହିତ ଟୁର୍ଣ୍ଣାମେଂଟ ର ବିଜେତା ଟ୍ରଫି ହାସଲ କରିପାରିଥିଲା । ବ୍ୟକିଗତ ଭାବେ ୫୨ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ଓ ସବୁ ମ୍ୟାଚରେ ଭଲ ଖେଳି ପ୍ରଦର୍ଶନ କରିଥିବାରୁ ମ୍ୟାନ ଅଫ ଦି ଶିରିଜ ସ୍ୱାଧୀନ ମଲ୍ଲିକ ବିବେଚିତ ହେଇଥିଲେ । ଏମ୍ପିୟାର ଭାବେ ସଞ୍ଜୟ ବେହେରା ଓ ସୁଶାନ୍ତ ସାହୁ,କେଦାରନାଥ ବାରିକ ଖେଳ ପରିଚାଳନା କରୁଥିଲେ । ଶେଷରେ ଏହି ମାଲପୁର ଖେଳ ପଡିଆଟି କେମିତି ମିନି ଷ୍ଟାଡିୟମ ହେବ ସେଥିପ୍ରତି ଧ୍ୟାନ ଦେବା ପାଇଁ ପୂର୍ବତନ ଖେଳାଳି ଚିତ୍ତରଞ୍ଜନ ମହାନ୍ତି ଅଞ୍ଚଳ ବାସୀ ଓ ସ୍ଥାନୀୟ ବିଧାୟକ ଓ ଜନପ୍ରତିନିଧି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ବେମ୍ୟାକେଶ ରାୟ ଆଗାମୀ ଦିନରେ ପଡ଼ିଆର ଉନ୍ନତି କରଣ କରାଯିବ ବୋଲି ନିର୍ଭରଯୋଗ୍ୟ ପ୍ରତିଶୃତି ଦେଇଥିଲେ । ଗ୍ରେଟ୍ ଇଣ୍ଡିଆର ଖେଳାଳି ଓ ଗ୍ରାମବାସୀମାନେ ଶାନ୍ତି ଶୃଙ୍ଖଳାର ସହିତ ଖେଳ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |