ଚାନ୍ଦିମାଳ ନବୋଦୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ଯୁକୁ ନେଇ ଉତ୍ତେଜନା।

107

କଟକ (ଉତ୍କଳ ନ୍ୟୁଜ ) ୦୨-୦୩-୨୦୨୪ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧିନ ଚାନ୍ଦିମାଳ ନବୋଦୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ବିଦ୍ୟାଳୟ ଆଗରେ ଉତ୍ତେଜନା ଜାରି । ଚାନ୍ଦିମାଳ ଜବାହର ନବୋଦୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଛାତ୍ରୀ ଅର୍ପିତା ବେହେରା ସକାଳେ ମର୍ଣ୍ଣି କ୍ଲାସ କରି ଛାତ୍ରୀ ନିବାସକୁ ଯାଇଥିଲେ । ପରବର୍ତ୍ତି ଆସେମ୍ଲିରେ ଅର୍ପିତା ଅର୍ପିତାଙ୍କ ଅନୁପସ୍ଥିତ ରହିଥିଲେ । ସଙ୍ଗେ ସଙ୍ଗେ ଛାତ୍ରୀ ନିବାସରେ ମେଟ୍ରୋନ୍ ଦେଖିବାରୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ । ଅର୍ପିତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରିଥିଲେ । ପ୍ରାଥମିକ ପରୀକ୍ଷା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଅର୍ପିତା ଧାମନଗର ବ୍ଳକ ଅଧିନ କୁଟୁରିଆ ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ଝିଅ ବୋଲି ଜଣା ଯାଇଛି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ । ଖବର ପାଇ ଛାତ୍ରଛାତ୍ରୀଙ୍କ ଅବିଭାବକମାନେ ନବୋଦୟ ଫାଟକ ଆଗରେ ଭିଡ ଜମାଇଥିଲେ । ସେହିପରି ନିଜ ନିଜ ପିଲାମାନଙ୍କୁ ଦେଖିବାକୁ ଭିଡ ଜଣାଇଥିଲେ ଅଭିଭାବକମାନେ। ଅଭିଭାବକଙ୍କ ମଧ୍ଯରେ ଉତ୍ତେଜନା ଦେଖା ଦେଇଥିଲା। ମୃତ୍ୟୁର କାରଣ ସନ୍ଦେହ ଥିବାରୁ ଘଟଣାସ୍ଥଳର ସାର୍ଣ୍ଟିଫିକ୍ ଟିମ ନବୋଦୟ ବିଦ୍ୟାଳୟର ପହଞ୍ଚି ତଦନ୍ତ କରିଛି । ବିଦ୍ୟାଳୟ ଫାଟକ ଆଗରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବିଦ୍ୟାଳୟରେ ପୋଲିସ ମୃତୟନ କରାଯାଇଥିଲା । ଅଧ୍ୟକ୍ଷ କହିଛନ୍ତି ମୃତର କାରଣ ଜଣାପଡି ନାହିଁ । ପୋଲିସ ତଦନ୍ତ କରୁଛି , ତା ପରେ ମୃତ୍ୟୁ କାରଣ ଜଣା ପଡିବ। ମୃତ ଛାତ୍ରୀଙ୍କ ମାଆ ଡାକ୍ତରଖାନାରେ ପହଞ୍ଚି ଝିଅକୁ ମାରି ଦିଆ ଯାଇଥିବା ଅଭିଯୋଗ କରିଛନ୍ତି l ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତକାଳ ନ୍ୟୁଜ |