ଖାଙ୍କିହାଟ ଓ ନୂଆସାହି ସରକାରୀ ବିଦ୍ୟାଳୟର ବାର୍ଷିକୋତ୍ସବ |

94

କଟକ (ଉତ୍କଳ ନ୍ୟୁଜ ) ୩-୦୩-୨୦୨୪ ; ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡା ପଞ୍ଚାୟତ ଅନ୍ତର୍ଗତ ଖାଙ୍କିହାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମୁଖ୍ୟମନ୍ତ୍ରୀ ପୁରଷ୍କାରପ୍ରାପ୍ତ ଜାମଯୋଡି ପଞ୍ଚାୟତ ନୂଆସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଖାଙ୍କିହାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀକାନ୍ତ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ତିହିଡି ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ଦାମୋଦର ଜେନା ଏବଂ ରତ୍ନାକର ସାହୁ, ଚରସ ହାଇସ୍କୁଲର ଅବସରପ୍ରାପ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଜାରମଣ ଜେନା, ସରକାରୀ ବାଳିକା ହାଇସ୍କୁଲର ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦେବକିଶୋର ଦାସ, ଭାଟପଡା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଶିକ୍ଷାବିତ୍ ଯଦୁମଣି ପାଣିଗ୍ରାହୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବସନ୍ତ କୁମାର ଲେଙ୍କା ପ୍ରମୁଖ ଯୋଗଦେଇ ଜୀବନକୁ ନିର୍ମାଣ କରିବା ପାଇଁ ବିଦ୍ୟାଳୟ ହେଉଛି ପ୍ରକୃଷ୍ଟ କ୍ଷେତ୍ର ବୋଲି କହିବା ସହ ଛାତ୍ରଛାତ୍ରୀମାନେ ଶିକ୍ଷାର୍ଜନ ସହିତ ଭଲ ମଣିଷ ହେବାର ସଙ୍କଳ୍ପ ନିଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ଖେଳ, ନୃତ୍ୟ ଓ ସଙ୍ଗୀତ ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା । ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସହାକାରୀ ଶିକ୍ଷକ ଦିଲ୍ଲୀପ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଶିକ୍ଷୟିତ୍ରୀ ସତ୍ୟବତୀ ମହାପାତ୍ର, ଜୟଶ୍ରୀ ଦାସ, ସଂଯୁକ୍ତା ପାଢୀ ଓ ଅନୁପମା ପାଣ୍ଡବଙ୍କ ସମେତ ପରିଚାଳନା କିମଟିର ସଭ୍ୟସଭ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ପୁରଷ୍କାରପ୍ରାପ୍ତ ଜାମଯୋଡି ପଞ୍ଚାୟତ ଅଧିନ ନୂଆସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ସହିତ ପୁରଷ୍କାର ବିତରଣ ମହା ଆଡମ୍ବରପୂର୍ଣ୍ଣଭାବେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରଷ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ପ୍ରଶାନ୍ତ ବିଶ୍ୱାଳ, ମୁଖ୍ୟ ବକ୍ତାଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରତ୍ନାକର ସାହୁ, ସମ୍ମାନୀତ ଅତିଥିଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଲକ୍ଷ୍ମୀପ୍ରିୟା ମାଝୀ ଓ ସମିତି ସଭ୍ୟ ଅଜୟ କୁମାର ରାଉତ ଓ ପରିଚାଳନା କମିଟିର ସଭାପତି କରୁଣାକର ବାରିକ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ଅଶୋକ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ମଳିକ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନାତନ ପାଢୀ, ଜୟନ୍ତୀ ପାଢୀ, ବନମାଳି ଦାସ, ବିଜୟ ତ୍ରିପାଠୀ, ଅଜୟ ନାୟକ, ଦେବାଶିଶ ନାୟକ, କବିତା ମହାପାତ୍ର, ରତ୍ନାକର ବାରିକ, କୁଳମଣୀ ମାଝୀ, ଯୋଗେନ୍ଦ୍ରନାଥ ଦାସ, ନୃସିଂହ ରାଉତ, ସୁଧିର କୁମାର ପାଢୀ ପ୍ରମୁଖ ଆମନ୍ତ୍ରିତ ଅତିଥିଭାବେ ଯୋଗଦେଇ ପରିସରକୁ ଉତ୍ସବ ମୁଖର କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଶେଷରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରା ଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |