ଇମ୍ଫା - ଚୌଦ୍ୱାର ଦ୍ୱାରା ବହୁମୁଖୀ ମାଗଣା ସ୍ୱାସ୍ଥ୍ୟ ଶିବିର |

91

କଟକ (ଉତ୍କଳ ନ୍ୟୁଜ ) ୨୯-୦୨-୨୦୨୪ : ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଓ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲ୍ଲାପଣ୍ଡା ଫାଉଣ୍ଡେସନ ପକ୍ଷ ରୁ ଏକ ବହୁମୁଖୀ ମାଗଣା ସ୍ୱାସ୍ଥ୍ୟ ଶିବିର ଚୌଦ୍ୱାର ସ୍ଥିତ ସାରଦାନଗର ସାରସ୍ୱତ ଶିଶୁ ବିଦ୍ୟାମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି | ଏହି ସ୍ୱାସ୍ଥ୍ୟ ଶିବିର କୁ ଇମ୍ଫା ର ଉପସଭାପତି ବିନୟ ଅଗ୍ରୱାଲ ଓ ଚୌଦ୍ୱାର ପୌରାଞ୍ଚଳ ର ପୌରଧ୍ୟକ୍ଷା ମାନସୀ ସ୍ବର୍ଣ୍ଣ ପ୍ରଭା ସାମଲ ଙ୍କ ଦ୍ୱାରା ଉଦ୍ଘାଟନ ହୋଇଯାଇଛି | କଳିଙ୍ଗ ହସ୍ପିଟାଲ ର ଡା . ଇନ୍ଦ୍ରନୀଲ ଦେ (ଅସ୍ଥି -ଶଲ୍ୟ ବିଭାଗ ) , ଡା . କୁସୁମ ଦାସ (ସ୍ତ୍ରୀ -ପ୍ରସୂତି ବିଭାଗ ) , ଡା . ଜ୍ୟୋତିର୍ମୟୀ (ଶିଶୁ ବିଭାଗ ) , ଡା , ପିକେ ରାଉତ ଓ ଡା . ସବ୍ୟସାଚୀ ମହାପାତ୍ର (ଭେଷଜ ) ନ୍କ ଦ୍ୱାରା ୨୪୩ ଜଣ ରୋଗୀ ଙ୍କ ମାଗଣା ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପରେ ଆବଶ୍ୟକ ପରିମାଣ ର ମାଗଣା ଔଷଧ ବଣ୍ଟନ କରାଯାଇ ଅଛି | ଏହି କାର୍ଯ୍ୟକ୍ରମ ରେ ଅଂଚଳ ର ମାନ୍ୟଗଣବ୍ୟକ୍ତି ଯାଠା ୪ ନମ୍ବର ୱାର୍ଡ କାଉନ୍ସିଲର ଅଜୟ କୁମାର ବେହେରା , ୧୩ ନମ୍ବର ୱାର୍ଡ କାଉନ୍ସିଲର ସୁଜାତା ସାହୁ , ୧୪ ନମ୍ବର ୱାର୍ଡ ର କାଉନ୍ସିଲର ରା଼ଞ୍ଜୁଲତା ଦାସ , ୧୫ ନମ୍ବର ୱାର୍ଡ ର ପାରିଷଦ ଦିଲୀପ କୁମାର ଭୂୟାଁ , ଇମ୍ଫା ର ଅଧିକାରୀ ମାନଙ୍କ ମଧ୍ୟ ରେ ଲଲାଟ କିଶୋର ମହାପାତ୍ର , ମାନସ କୁମାର ପଣ୍ଡା , ଦେବାଶିଷ ତ୍ରିପାଠୀ , ଉମେଶ ଚନ୍ଦ୍ର ପଟ୍ଟନାୟକ , ସାରଦା ପ୍ରସାଦ ରାଓ , ଆଶିଷ ଦାସ , ସହ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ | ମାନସ ରଞ୍ଜନ ପ୍ରଧାନ ଙ୍କ ସହ ଇମ୍ଫା ର ୧୫ ଜଣ ସ୍ବେଛାସେବୀ ଓ ବଂଶୀଧର ଇଲ୍ଲାପଣ୍ଡା ଫାଉଣ୍ଡେସନ ର ୬ ଜଣ ସ୍ବେଚଃସେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ଇମ୍ଫାର ଲୋକସମ୍ପର୍କ ବିଭାଗ ର ଉପ - ସାଧାରଣ ପ୍ରଶାସକ ଧୃବ ଚରଣ ରାଉତ କାର୍ଯ୍ୟକ୍ରମ ର ସମନ୍ଵୟ ସ୍ଥାପନ କରିଥିଲେ |