ସାଲେପୁର କୃଷକ କ୍ଷେତ୍ର ବିଦ୍ୟାଳୟର କ୍ଷେତ୍ର ଦିବସ ସମାପନ।

24

କଟକ (ଉତ୍କଳ ନ୍ୟୁଜ ) ୨୯-୦୨-୨୦୨୪ : ସାଲେପୁର କୃଷକ କ୍ଷେତ୍ର ବିଦ୍ୟାଳୟର କ୍ଷେତ୍ର ଦିବସ ସମାପନ। କଟକ ଜିଲ୍ଲାର ସାଲେପୁର ବ୍ଲକ ଅର୍ନ୍ତଗତ ଇଚ୍ଛାପୁର ଗ୍ରାମରେ ଡ଼ାଲି ଜାତୀୟ ଚାଷ କରୁଥିବା ଚାଷୀ ଙ୍କୁ ନେଇ କେନ୍ଦ୍ରୀୟ ସମନ୍ୱିତ ରୋଗ ପୋକ ପରିଚାଳନା କେନ୍ଦ୍ର ଭାରତ ସରକାରଙ୍କ ତରଫରୁ ଫସଲର ସମନ୍ୱିତ ରୋଗପୋକ ନିରାକରଣ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମ୍ ଶିବିର ରେ ଇଚ୍ଛାପୁର ଗ୍ରାମର ୩୫ ରୁ ଅଧିକ ଚାଷୀ ଅଂଶଗ୍ରହଣ କରିଥିଲେ। ତାଲିମ ପ୍ରଦାନ କାରୀମାନେ ଚାଷୀମାନଙ୍କ ସହ କ୍ଷେତ୍ର ପରିଦର୍ଶନ କରିବା ସହ ରୋଗପୋକ ନିରାକରଣ ପାଇଁ ବିଭିନ୍ନ କୀଟନାଶକ ଓାୖଷଧ ବ୍ୟବହାର କରିବା ସମୟରେ କିଭଳି ସତର୍କତା ଅବଲମ୍ବନ କରାଯିବ ସେ ବିଷୟରେ ଅବଗତ କରାଇଥିଲେ। ବନସ୍ପତି ଅଧିକାରୀ ରାଜେନ୍ଦ୍ର ପ୍ରଧାନ, ବୈଜ୍ଞାନିକ ସହାୟକ ଅରିନ୍ଦମ୍ ବାନାର୍ଜୀ ପ୍ରମୁଖ ଯୋଗ ଦେଇ ତାଲିମ ପ୍ରଦାନ କରିବା ସହ ବ୍ୟବହାର କରିବା ପାଇଁ ଗୋଟିଏ ଲେଖାଏଁ କିଟ୍ ପ୍ରଦାନ କରିଥିଲେ। ସାଲେପୁର ରୁ ହରପ୍ରିୟା କର ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |