ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

358

କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କୁଶପଙ୍ଗି ପଥର ଖାଦାନ ରେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର ।ଆଜି ଦିନ ପ୍ରାୟ ୧୧। ଟା ସମୟରେ ସ୍ଥାନୀୟ ଲୋକ ଝୁଲନ୍ତା ଅବସ୍ଥାରେ ଯୁବକର ମୃତ ଦେହ ଦେଖି ଗୁରୁଡ଼ିଝାଟିଆ ଥାନାକୁ ଖବର ଦେଇଥିଲେ ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତରୁ ଯୁବକ ଜଣକ ଆଠଗଡ ଯେମାଦେଇପୁର ର ସ୍ବର୍ଗତ ଆରତ ପରିଡାଙ୍କ ପୁଅ ଗଙ୍ଗାଧର ପରିଡା ବୋଲି ଜଣାଯାଇଛି ।ଯୁବକ ଜଣକ ଗତ କାଲି ପହିଲାବର ଜଣେ ବ୍ୟକ୍ତିଙ୍କ ଘରକୁ ଆସିଥିଲେ ।ସେଠାରେ ତାଙ୍କ ପରିବାର ସହ ଝଗଡା ହୋଇଥିଲା ।ଖବର ପାଇ ମୃତ ଯୁବକର ମା ସେଠାକୁ ଆସି ପୁଅକୁ ଘରକୁ ନେଇଯାଇଥିଲେ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ।ଏଣୁ ଯୁବକର ମୃତ୍ୟୁ କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି କହିଛି ପୋଲିସ ।