ମା ତାରିଣୀ ଚ୍ୟାଲେଞ୍ଜ ଟ୍ରଫି ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ |

86

କଟକ (ଉତ୍କଳ ନ୍ୟୁଜ ) ୨୭-୦୨-୨୦୨୪ : ଭଦ୍ରକ ଜିଲା ତିହିଡ଼ି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୀନ କମାରିଆ ତାରିଣୀ ପଡ଼ିଆ ଠାରେ ମା ତାରିଣୀ କ୍ରିକେଟ୍ ଟିମ୍ ପକ୍ଷରୁ ଚାଲିଥିବା ୨୬ତମ ମା’ତାରିଣୀ ଚ୍ୟାଲେଞ୍ଜ ଟ୍ରଫି ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ମଧ୍ୟରାତ୍ରିରେ ଉଦ୍‌ଯାପିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚରେ କ୍ରେଜି ଇଲେଭେନ ବିସିସି ପାଳିଆକୁ ୪୧ରନ୍‌ରେ ପରାସ୍ତ କରି ୨୦୨୪ ବର୍ଷର ଚମ୍ପିୟାନ ହୋଇଛି । ପ୍ରଥମେ ଟସ୍ ଜିତି କ୍ରେଜି ଇଲେଭେନ ବ୍ୟାଟିଂ ନେଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍ ହରାଇ ୧୪୧ ରନ୍ ସଂଗ୍ରହ କରିଥିଲା । ଜବାବରେ ବିସିସି ପାଳିଆ ନିର୍ଦ୍ଧାରିତ ୨୦ ଓଭର ଖେଳି ୮ ଉଇକେଟ ହରାଇ ମାତ୍ର ୧୦୦ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ଏହି ଫାଇନାଲ ମ୍ୟାଚକୁ ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣି ଯୋଗଦେଇ ଉଦ୍‌ଘାଟନ୍ କରିଥିଲେ । ଖେଳ ଶେଷରେ ଏପିଏସପିଏସ ହାଇସ୍କୁଲର ସହକାରୀ ଶିକ୍ଷକ ବିପ୍ଳବ କୁମାର ପହିଙ୍କ ପୌରୋହିତ୍ୟରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଭବାନୀ ପ୍ରତିଷ୍ଠାନର ପ୍ରତିଷ୍ଠାତା ଜୀବନ ପତି, ମୁଖ୍ୟବକ୍ତା ଭାବେ କବି ତଥା ଶିକ୍ଷକ କୃପାସିନ୍ଧୁ ମହାନ୍ତି, ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ଦିବ୍ୟ ପ୍ରକାଶ ଯୋଗଦେଇ ଉଭୟ ଚମ୍ପିୟାନ ଏବଂ ରନର୍ସଅପ୍ ଦଳକୁ ଟ୍ରଫି ସହ ଆର୍ଥିକ ରାଶି ପ୍ରଦାନ ପୁରସ୍କୃତ କରିଥିଲେ । ମ୍ୟାନ୍ ଅଫଦି ମ୍ୟାଚ୍ ଓ ବେଷ୍ଟ ବୋଲର ଭାବେ କ୍ରେଜି ଇଲେଭେନର ଖେଳାଳୀ ବ୍ରଜ ପୃଷ୍ଟି ଏବଂ ବେଷ୍ଟ ବ୍ୟାଟ୍‌ସମ୍ୟାନ ଭାବେ କାଳିଆଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ବିସିସିର ଷ୍ଟାଲିନ୍ ଲେଙ୍କାଙ୍କୁ ପୁରସ୍କୃତ କରାଯାଇଥିଲା । ଅମ୍ପେୟାର ଭାବେ ଧନଞ୍ଜୟ କରଣ ଏବଂ ଗଣେଶ ଦାସ ଖେଳ ପରିଚାଳନା କରିଥିଲେ । ମା ତାରିଣୀ କ୍ରିକେଟ ଟିମ୍‌ର ସଦସ୍ୟ ସଂଜୟ ମଲ୍ଲିକ, ଜନ୍ମେଜୟ ଲେଙ୍କା ସ୍କୋରର କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ରବିନ୍ଦ୍ର ପାଣି ଓ କମୁରୁଦ୍ଦିନ ଧାରା ବିବରଣୀ ପ୍ରଦାନ କରିଥିଲେ । ସଦସ୍ୟ ବିଜୟ କରଣ, ପ୍ରତାପ ପରିଡ଼ା, ରାଜେନ୍ଦ୍ର ବାରିକ, କିଶୋର ରାଉଳ, ମାୟାଧର ଜେନା, ସୁକାନ୍ତ ସମୀର ନାୟକ, ଅଜୟ ମଲ୍ଲିକ, ଈଶ୍ୱର ରାଉଲ, ଧନଞ୍ଜୟ ଲେଙ୍କା, ମାନସ ନାୟକ, ସନାତନ କରଣ, ସଂଜୟ କରଣ, ଦୟାନିଧି ପରିଡ଼ା, ଅଭୟ ନାୟକ, ରଣଞ୍ଜୟ କରଣ, ପ୍ରଦୀପ ରଂଜନ ରାଉଳ, ରୁଦ୍ରନାରାୟଣ ନାୟକ, ମନୋଜ ସାହୁ, ସିପୁନ ବାରିକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |