ଆରୁହା ଅଙ୍ଗନୱାଡି ଗୃହର ମରାମତି କାର୍ଯ୍ୟ ବନ୍ଦ କଲେ ସରପଞ୍ଚ ||

40

କଟକ (ଉତ୍କଳ ନ୍ୟୁଜ ) ୨୬-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ସିନ୍ଦୋଳ ପଞ୍ଚାୟତ ଅଧିନ ଆରୁହା ଅଙ୍ଗନୱାଡି ଗୃହର ମରାମତି କାର୍ଯ୍ୟ ବନ୍ଦ କଲେ ସରପଞ୍ଚସୁପ୍ରଭା ପାଣି । ପଞ୍ଚାୟତର ସରପଞ୍ଚ ଥାଉଁ ଥାଉଁ ତାଙ୍କ ଅଗୋଚରରେ ମରାମତି କାର୍ଯ୍ୟ ହେଉଛି । ବିଡିଓ ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଉକ୍ତ ଗୃହର ମରାମତି ସମ୍ପର୍କରେ କୌଣସି ସୂଚନା ନଥିବା ସେ ଜାଣିବାକୁ ପାଇଛନ୍ତି । ଯାହାକୁ ନେଇ ଉକ୍ତ କାର୍ଯ୍ୟକୁ ବନ୍ଦ କରିଥିବା କହିଛନ୍ତି । ସେହିପରି ସଂପୃକ୍ତ ଅଙ୍ଗନୱାଡି କର୍ମୀ କେନ୍ଦ୍ରର ମରାମତି ଦାୟିତ୍ୱରେ ଥିବା ଗ୍ରାମର ଜଣେ ଯୁବକଙ୍କୁ ତାଲା ଦେଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ତାଲା ଫେରାଇ ଆଣିବା ସହିତ ଆସନ୍ତାକାଲି ଠାରୁ ଉକ୍ତ କେନ୍ଦ୍ରର କୌଣସି ମରାମତି କାର୍ଯ୍ୟ କରାଯିବ ନାହିଁ ବୋଲି ଚେତାବନି ଦେଇଛନ୍ତି । ଯଦି କାହାର କିଛି ଆବଶ୍ୟକ ଥାଏ ତେବେ ସେ ସରପଞ୍ଚଙ୍କୁ ସୂଚନା ଦେବା ସହିତ ବିଡିଓଙ୍କୁ ଭେଟିବାକୁ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ନିର୍ବାଚନ ପରେ ପଞ୍ଚାୟତର ସିନ୍ଦୋଳ, ଆରୁହା ଓ ସେନବାଡ ଅଙ୍ଗନୱାଡି କେନ୍ଦ୍ରର ମରାମତି ଲାଗି ବ୍ୟୟବରାଦ କରାଯିବା ପାଇଁ ଏକ୍ସନ୍ ପ୍ଲାନ୍ ପାଶ ହୋଇଛି । ତେବେ ଦିର୍ଘଦିନ ଧରି କୌଣସି କାର୍ଯ୍ୟାରମ୍ଭ ହୋଇନଥିବା ବେଳେ ରବିବାର ସକାଳୁ ଆରୁହାରେ ମିସ୍ତ୍ରୀ ଜରିଆରେ ମରାମତି କାର୍ଯ୍ୟ ଆରମ୍ଭ ହେଉଥିବା ଏବଂ ସେନବାଡ କେନ୍ଦ୍ର ପାଇଁ ମରାମତି ସାମଗ୍ରୀ ମହଜୁଦ୍ କରାଯାଇଥିବା ସରପଞ୍ଚ ସୁପ୍ରଭା ପାଣି ଜାଣିବାକୁ ପାଇଥିଲେ । ଏହାପରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଓ ବିଡିଓଙ୍କ ପଚାରି ବୁଝିଥିଲେ । ସେମାନଙ୍କ ଠାରୁ କୌଣସି ଅନୁମତି ମିଳିନଥିବା ଜଣାଯିବା ପରେ ଶ୍ରୀମତୀ ପାଣି କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତି ନେଇଥିବା କହିଛନ୍ତି । ତେବେ ରାଜନୈତିକ ଝକାପଞ୍ଝା ମଧ୍ୟରେ ସରପଞ୍ଚଙ୍କୁ ବଦନାମ କରିବା ଲାଗି ଉଭୟ ପଞ୍ଚାୟତ ଓ ବ୍ଲକ ପ୍ରଶାସନର ଅଗୋଚରରେ ଏପରି କାର୍ଯ୍ୟ କରାଯାଉଛି ବୋଲି ଶ୍ରୀ ପାଣି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ବିଡିଓ ଜ୍ୟୋତର୍ମୟ କର ଜ୍ୟୋତର୍ମୟ କରଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |