ପାରିବାରିକ କଳହ କୁ ନେଇ ଜୀବନ ହାରିଲା ସ୍ୱାମୀ

23

କଟକ (ଉତ୍କଳ ନ୍ୟୁଜ ) ୨୩-୦୨-୨୦୨୪ ; ପାରିବାରିକ କଳହ କୁ ନେଇ ଜୀବନ ହାରିଲା ସ୍ୱାମୀ | ପାରିବାରିକ ଭୁଲ ବୁଝାମଣା କୁ ନେଇ ଆଖିବୁଝିଲା ସ୍ୱାମୀ | ଅନାଥ ହୋଇଗଲେ ଦୁଇ ଝିଅ l ଏଭଳି ଅଭାବନୀୟ ଘଟଣାଟି ଘଟିଛି କଟକ ଜିଲ୍ଲାର ଲଳିତଗିରି ପଞ୍ଚାୟତ ଜେରକନ୍ଦ ଗ୍ରାମରେ l ଜେରକନ୍ଦ ଗ୍ରାମର ଧନେଶ୍ୱର ବେହେରା ଦୁଇଟି ଝିଅ ଓ ସ୍ତ୍ରୀ ଲଷ୍ମୀପ୍ରିୟା ଙ୍କୁ ନେଇ ତାଙ୍କ ର ସଂସାର l ବଡ଼ ଝିଅ ମାମୁ ଘରେ ରହୁଥିବା ବେଳେ ସାନଝିଅ ରହୁଥୁଲା ବାପା ମାଙ୍କ ପାଖରେ l ଦିନ ମଜୁରିଆ ଭାବରେ କାମ ଧନ୍ଦା କରି ନିଜ ସଂସାର ଚଲାନ୍ତି l ପଡୋଶୀ ଙ୍କ କହିବା ଅନୁଯାୟୀ , ଧନେଶ୍ୱର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଳି କଜିଆ ଲାଗିରହୁଥିଲା ତେବେ ଆଜି ସେହି କାରଣରୁ ହିଁ ଆତ୍ମହତ୍ୟା କରିଛି ଧନେଶ୍ୱର l ଯାହା ଜାଣିବାକୁ ମିଳିଲା ବିଗତ ପନ୍ଦର ଦିନ ପୂର୍ବରୁ ଭାଇ ଭାଗରୁ ଦୁଇ ଲକ୍ଷ ପାଞ୍ଚ ହଜାର ଟଙ୍କା ପାଇଥିଲେ ଧନେଶ୍ୱର ଓ ଲଷ୍ମୀପ୍ରିୟା l ବୋଧହୁଏ ଏହି ପଇସା ପାଇଁ ହିଁ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି କଜିଆ ଲାଗିଥାଏ ବୋଲି କହିଛନ୍ତି ସ୍ଥାନୀୟ ବାସୀ | ଆଜି ଦିବା ଗୋଟାଏ ପନ୍ଦର ମିନିଟିରେ ଧନେଶ୍ୱର ବେକ ରେ ଗାମୁଛି ବାନ୍ଧି ଝୁଲିଥିବା ର ଦେଖିବାକୁ ପାଇଥିଲେ ଲଷ୍ମୀ l ଘଟଣା ସ୍ଥଳରେ ମାହାଙ୍ଗା ଥାନା ପୋଲିସ ଓ ଆଡିସନାଲ ତହସିଲଦାର ପହଂଚି ଘରର କବାଟ ଭାଙ୍ଗି ଶବ ଓଲ୍ଲାଇବା ସହ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି l ସାଲେପୁର ମାହାଙ୍ଗା ରୁ ହରପ୍ରିୟା କର ଙ୍କ ରିପୋର୍ଟ ଉତ୍କଳ  ନ୍ୟୁଜ |