ତିହିଡ଼ି ଯୁବମଞ୍ଚ ପକ୍ଷରୁ ଡାଇବେଟିସ ପରୀକ୍ଷା ଶିବିର |

82

କଟକ (ଉତ୍କଳ ନ୍ୟୁଜ ) ୨୨-୦୨-୨୦୨୪ ; ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କୁ ଡାଇବେଟିସ ରୋଗ ବାବଦରେ ସଚେତନ କରିବା ଏବଂ ନୂଆଭାବେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କୁ ଚିହ୍ନଟ କରିବା ଲକ୍ଷ୍ୟ ନେଇ ଅଗ୍ରଣୀ ସାମାଜିକ ସଂଗଠନ ଭଦ୍ରକ ଜିଲ୍ଲା ତିହିଡି ଯୁବମଞ୍ଚ ପକ୍ଷରୁ ସ୍ଥାନୀୟ ସଂଗୀତ ମହାବିଦ୍ୟାଳୟ ପରିସରରେ ନିଃଶୁଳ୍କ ଡାଇବେଟିସ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି l ଉକ୍ତ ଶିବିରରେ ପାଥୋଲୋଜିଷ୍ଟ ବିଜୟ କୁମାର ଦଳେଇ ଏବଂ ସହଯୋଗୀ ଭାବେ ପ୍ରମୋଦ ପରିଡା ରୋଗୀ ମାନଙ୍କର ରକ୍ତ ନମୂନା ପରୀକ୍ଷା କରିଥିଲେ। ସାମ୍ବାଦିକ ପ୍ରଭାତ କୁମାର ରାଉଳ ସଂଗଠନ ପକ୍ଷରୁ ଉପସଭାପତି ପ୍ରିୟବ୍ରତ ପାଢ଼ୀ, ସମାଜସେବୀ ମନୋଜ ପାଣିଗ୍ରାହୀ, ସମ୍ପାଦକ ନିରଂଜନ ବାରିକ, ସଭାପତି କୈଳାସ ବେହେରା ସଂଯୋଜକ ଆଇନଜୀବି ନୀଳମାଧବ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ସଦସ୍ୟ ସୁବ୍ରତ ମିଶ୍ର ସାକିରୁଦ୍ଦିନ ଖାଁ, ରେଣୁବାଳା ନାଥ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ମୋଟ ୪୨ଜଣ ରୋଗୀଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିଲା ସେମାନଙ୍କ ମଧ୍ୟରୁ ୧୦ ଜଣ ନୂତନ ଭାବେ ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନେ ପୂର୍ବରୁ ପୀଡିତ ଥିଲେ ବୋଲି ରକ୍ତ ପରୀକ୍ଷାରୁ ଜଣାପଡିଛି। ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ମତ ପ୍ରକାଶ ପାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |