କଟକ ଡାହାଳିଆବାଗ ଠାରେ ନିଃଶୁଳ୍କ ନିଶାମୁକ୍ତ ଓ ଆରୋଗ୍ୟ କେନ୍ଦ୍ର ଉଦ୍ଘାଟିତ |

17

କଟକ (ଉତ୍କଳ ନ୍ୟୁଜ) ୨୨-୦୨-୨୦୨୪ : ରାଜ୍ୟ ସରକାର ଙ୍କ ସାମାଜିକ ସୁରକ୍ଷା ଓ ଭିନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗ ରେ ରାଜ୍ୟ ର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପିପୁଲସ କଲ୍ଚରାଲ ସେଣ୍ଟର (ପିକକ ) ପକ୍ଷ ରୁ କଟକ ମହାନଗର ନିଗମ ର ୫୮ ନମ୍ବର ୱାର୍ଡ ସ୍ଥିତ ଡାହାଳିଆବାଗ ଠାରେ ନିଃଶୁଳ୍କ ନିଶାମୁକ୍ତ ଓ ଆରୋଗ୍ୟ କେନ୍ଦ୍ର "ଦିଶା " ଉଦ୍ଘାଟିତ ହୋଇଯାଇଛି | ୩୦ ଶଯ୍ୟା ବିଶିଷ୍ଟ ଅବଶିକା ବ୍ୟବସ୍ଥା ଥିବା ଏହି ନିଶାମୁକ୍ତ କେନ୍ଦ୍ର କୁ ଉଦ୍ଘାଟନ କରି କଟକ ମହାନଗର ନିଗମ ର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ ଏକ ଏକ ସମୟପୋଯୋଗୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ | ବର୍ତ୍ତମାନ ସମାଜ ରେ ଅନେକ ବ୍ୟକ୍ତି ନିଶା ଦ୍ୱାରା କବଳିତ ହେଉଥିବା ବେଳେ ଏଭଳି ନିଶାମୁକ୍ତ କେନ୍ଦ୍ର ର ବହୁଳ ଆଵଶ୍ୟକତା ରହିଛି | ଏହି କେନ୍ଦ୍ର କଟକ ଜିଲ୍ଲା ତଥା ଏହାର ଆଖପାଖ ଅଂଚଳ ର ଆଶୟକତା କୁ ପୂରଣ କରିବ ବୋଲି ସେ କହିଥିଲେ | ଉପନିର୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର କାର୍ଯ୍ୟକ୍ରମ ରେ ଯୋଗଦେଇ କହିଥିଲେ ଯେ , ସମାଜ ସଂସ୍କାର ଦିଗ ରେ ନିଶାମୁକ୍ତ କେନ୍ଦ୍ର ସ୍ଥାପନ ଏକ ବଳିଷ୍ଠ ପଦକ୍ଷେପ | ଏହା ଏକ ସୁସ୍ଥ ତଥା ନିଶାମୁକ୍ତ ସମାଜ ଗଠନ ଦିଗ ରେ ସହାୟକ ହେବ | ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ରଥ ଏହି କେନ୍ଦ୍ର ନିଶାମୁକ୍ତ କ୍ଷେତ୍ର ରେ ଫଳପ୍ରଦ ଭୂମିକା ଗ୍ରହଣ କରିବ ବୋଲି ମତବ୍ୟକ୍ତ କରିଥିଲେ | ପିକକ ର ସଂପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତି ଉଦ୍ଘାଟନୀ ଉତ୍ସବ ରେ ପରିଚାଳନା କରିବା ସହ ନିଶାମୁକ୍ତ ବ୍ୟକ୍ତିମାନଙ୍କ ଆରୋଗ୍ୟ କ୍ଷେତ୍ର ରେ ଏହି କେନ୍ଦ୍ର ଏକ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଥିଲେ | ପିକକ ର ଅଧ୍ୟକ୍ଷ ଡ଼ଃ ମିନାକ୍ଷୀ ପଣ୍ଡା , କାର୍ଯ୍ୟନିର୍ବାହୀ ନିର୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି , ପରିଚାଳନା ମୁଖ୍ୟ ଶ୍ରୀ ରଘୁ ପ୍ରସାଦ ଶତପଥୀ , ସ୍ଥାନୀୟ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସର୍ଦା ପ୍ରସନ୍ନ ମହାପାତ୍ର , କୋଷାଧ୍ୟକ୍ଷା ରତ୍ନା ଦାସ , ପିକକ ର କାର୍ଯ୍ୟକ୍ରମ ପରିଚାଳକ ଜ୍ୟୋତିଶଙ୍କର ମହାନ୍ତି , ପ୍ରଫୁଲ ଚନ୍ଦ୍ର କାର , ସଚିକାନ୍ତ ମହାନ୍ତି ଓ କାଶୀନାଥ ଜେନା ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ |