ହରସିଂହପୁର ଓ ବାମନବିନ୍ଧାରେ ସଚେତନତା କାର୍ଯ୍ୟକ୍ରମ |

38

କଟକ (ଉତ୍କଳ ନ୍ୟୁଜ ) ୨୧-୦୨-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧିନ ହରସିଂହପୁର ଓ ବାମନବିନ୍ଧା ପଞ୍ଚାୟତରେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ଯୋଗଦେଇ ଏହି ନିର୍ବାଚନ ମଣ୍ଡଳୀର ସାମଗ୍ରୀକ ଉନ୍ନତି ହୋଇଥିବା କହିଛନ୍ତି । ବିଗତ ଦୁଇ ପାଳିରେ ଲୋକଙ୍କର ମୌଳିକ ସମସ୍ୟାର ସମାଧାନ ନିମନ୍ତେ ପଞ୍ଚାୟତ ସ୍ତରରୁ ଜନପ୍ରତିନିଧିମାନଙ୍କ ଠାରୁ ସୂଚନା ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କ ସହଯୋଗକ୍ରମେ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନବିକରଣ ସହ ଚାନ୍ଦବାଲିରେ ୩୩ କେଭିଏ ଗ୍ରୀଡ୍ ସ୍ଥାପନ, ବାଂଶଡାରେ ସେତୁ ନିର୍ମାଣ କରାଯାଇ କାର୍ଯ୍ୟକ୍ଷମ ହେବା, ତିନିତରଠାରେ ସେତୁ ନିର୍ମାଣଧିନ ଏବଂ ପାଇପ୍ ଯୋଗେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ଆଦି ବୃହତ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ନବୀନ ପଟ୍ଟନାୟକଙ୍କ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବା ଲାଗି ଉପସ୍ଥିତ ସାଧାଣ ଜନତାଙ୍କୁ ନିବେଦନ କରିଥିଲେ । ସେହିପରି ବିଧାୟକ ଡ. ବ୍ୟୋମକେଶ ରାୟଙ୍କୁ ତୃତୀୟ ଥର ଭାବେ ବିଧାୟକ ନିର୍ବାଚିତ କରିବା ଲାଗି ତୃଣମୂଳ ସ୍ତରରୁ ସ୍ୱର ଉଠିବା ଲାଗି ଉପସ୍ଥିତ ମହିଳାମାନଙ୍କୁ ଉଦ୍‌ବୋଧନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲା ପରିଷଦ ସଭ୍ୟ ଅମୂଲ୍ୟ କୁମାର ମାଝୀ ଓ ପିନ୍ସ ରାକେଶ ନାୟକ, ପୂର୍ବତନ ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷ ନରେଶ ମାଝୀ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନ ୯ ପଞ୍ଚାୟତର ବିଜେଡି ସଭାପତି ମାନସ ରଂଜନ ନାୟକ, ପୂର୍ବତନ ସରପଞ୍ଚ ଅମର ଦାସ, ମାନସ ରଞ୍ଜନ ସାହୁ, ବରିଷ୍ଠ ନେତା ହିମାଦ୍ରି ମିଶ୍ର, ଯୁବନେତା କୃଷ୍ଣଚନ୍ଦ୍ର ମହାନ୍ତି, ହରିସିଂହପୁର ପଞ୍ଚାୟତ ବିଜେଡି ସଭାପତି ଯଦୁନାଥ ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଡ. ଅରୁଣ କୁମାର ପଣ୍ଡା ଓ ଶାରଦା ବଳ ପ୍ରମୁଖ ଦୁଇ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଚିତ୍ତରଞ୍ଜନ ଜେନା, ଭାଗିରଥି ବେହେରା, କମଳାକାନ୍ତ ବେହେରା, ପାର୍ଥ ପରିଡା, ମହେଶ୍ୱର ଜେନା, ଶୁସାନ୍ତ ଦାସ, ଅକ୍ଷୟ ସେଠୀ, ଭାବଗ୍ରାହୀ ଓଝା, ବିଷ୍ଣୁ ପରିଡା, ପ୍ରହ୍ଲାଦ ଦାସ, ପ୍ରବୋଧ ମହାନ୍ତି ଓ କାଶିନାଥ ସେନାପତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମନୋରଂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |