ବୀଣାପାଣି ପୂଜା କମିଟି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |

24

କଟକ (ଉତ୍କଳ ନ୍ୟୁଜ ) ୧୭-୦୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ସାହାପୁର ପଞ୍ଚାୟତର ଗୋକୁଳପୁର ଗାଁରେ ଶୁକ୍ରବାର ଦିନ ମା ବୀଣାପାଣି ପୂଜା କମିଟି ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମୋଟ ୩୫ ଇଉନିଟ ରକ୍ତ ସଂଗ୍ରହ ହୋଇଛି । ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଆଖି ଆଗରେ ରଖି ଗୋକୁଳପୁର ଅଞ୍ଚଳବାସୀ ସରସ୍ୱତୀ ପୂଜା ଉପଲକ୍ଷେ ନିଜ ଗାଁରେ ରକ୍ତଦାନ ଶିବିର କରାଇ ଏପରି ରକ୍ତ ସଂଗ୍ରହ କରିଛନ୍ତି । ଭଦ୍ରକ ରକ୍ତ ଭଣ୍ଡାରର ଡାକ୍ତର ଓ ଟେକ୍ନିସିଆନ୍‌ମାନେ ସକାଳ ୧୦ଟା ସମୟରେ ପହଂଚି ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ଶିବିରରେ ରକ୍ତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବୀଣାପାଣି ପୂଜା କମିଟିର ପ୍ରଭାତ ତରାଇ, ମିଥୁନ ତରାଇ, ସତ୍ୟ ସୁନ୍ଦର ବାରିକ, ଅମର ପାଣିଗ୍ରାହୀ, ରମାକାନ୍ତ ତରାଇ, ପବିତ୍ର ମୋହନ ବାରିକ, ବିଭୁତି ବେହେରା, ପ୍ରଫୁଲ୍ଲ ପୃଷ୍ଟି, ଜୀବନ ବାରିକ, ଦୁଃଶାସନ ବାରିକ, ଅମୁଲ୍ୟ ପୃଷ୍ଟି, ପ୍ରଶାନ୍ତ ତରାଇ, ଉମାକାନ୍ତ ତରାଇ, ବିଶ୍ୱନାଥ ତରାଇ, ଚକ୍ରଧର ତରାଇ, ରାଜୀବ ପାଣିଗ୍ରାହୀ, ଅଣାକାର ମହାକୁଡ଼, ଉମାକାନ୍ତ ବାରିକ, ସଂକର୍ଷଣ ବାରିକ, କମଳାକାନ୍ତ ନାୟକ, ଧୂମକେତୁ ମାଝୀ, ବୃନ୍ଦାବନ ତରାଇ ଏବଂ କମିଟିର ସମସ୍ତ ସଦସ୍ୟ ପରିଚାଳନା କରିଛନ୍ତି । ଏହି କାର୍ଯ୍ୟକ୍ରମଟିକୁ ସ୍ଥାନୀୟ ଅଞ୍ଚଳ ବାସୀ ବେଶ ପ୍ରଶଂସା କରିଛନ୍ତି | ତିହିଡି ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |